୨୦୦ରୁ ଅଧିକ ଲୋକଙ୍କୁ ଏଚ୍‌ଆଇଭି ପୀଡ଼ିତ କରାଇଥିବାରୁ ୨୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କମ୍ବୋଡିଆ ସୁପ୍ରିମକୋର୍ଟ ଜଣେ ଡାକ୍ତରଙ୍କୁ ୨୫ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିବା ନିମ୍ନ ଅଦାଲତର ରାୟକୁ କାଏମ୍‌ ରଖିଛନ୍ତି । ଅଭିଯୁକ୍ତ ଡାକ୍ତରଙ୍କ ପାଇଁ ପ୍ରାୟ ୨୦୦ରୁ ଅଧିକ ଗ୍ରାମବାସୀ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇଥିଲେ । ରୋଗୀଙ୍କ ରକ୍ତ ପରୀକ୍ଷା କରାଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା, ଯାହା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଥିଲା ।

Image result for cambodia-supreme-court-upholds-25-year-prison-term-for-doctor-who-infected-290-people-with-hiv
Front Desk

ଡାକ୍ତର କ୍ରିନ୍‌ ଗୋଟିଏ  ସିରିଞ୍ଜ ବ୍ୟବହାର କରି ଅନେକ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିବାରୁ ଏଭଳି ସମସ୍ୟା ଉପୁଜିଥିଲା । ଗିରଫ ପରେ ବଟ୍ଟାମବାଙ୍ଗ ଅଦାଲତ କ୍ରିନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହା ସହ ଏଚ୍‌ଆଇଭିରେ ପୀଡ଼ିତ ରୋଗୀଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଅଦାଲତ ଆଦେଶ ଦେଇଥିଲା । ଏହା ପରେ କ୍ରିନ୍‌ ନିଜର ଦୋଷ ମାନିବା ସହ ସୁପ୍ରିମକୋର୍ଟରେ ତାଙ୍କ ଦଣ୍ଡକୁ କମ କରି ୧୦ବର୍ଷ କରିବା ପାଇଁ ଆବେଦନ କରିଥିଲେ । ଯାହା ପରେ ସୁପ୍ରିମକୋର୍ଟ ବିଚାରପତି ଏହି ମାମଲା ଉପରେ ନିଜର ରାୟ ଶୁଣାଇ କହିଥିଲେ ଯେ, କ୍ରିନ୍‌ଙ୍କୁ ନେଇ ବଟ୍ଟାମବାଙ୍ଗ ଅଦାଲତ ଉଚିତ ରାୟ ଶୁଣାଇଛନ୍ତି । ଏହାକୁ କାଏମ ରଖାଯାଉଛି ।

ସମ୍ବନ୍ଧିତ ଖବର