କାରରେ ଆସି ଘର ବାହାରୁ ଫୁଲକୁଣ୍ଡ ନେଇଗଲେ ଦୁଇମହିଳା; ସିସିଟିଭିରେ କୈଦ ହେଲା ଚୋରି ଘଟଣା

ନୂଆଦିଲ୍ଲୀ: ଚୋରିର ବିଭିନ୍ନ ପ୍ରକାର ଘଟଣା ପ୍ରତିଦିନ ସାମ୍ନାକୁ ଆସିଥାଏ। ନିକଟରେ ଚୋରିର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଜଣ ମହିଳା ଚୋରି କରୁଥିବା ଦେଖିବାକୁ ମିଳୁଛି। ଏହି ଚୋରି ଘଟଣା ପଞ୍ଜାବର ମୋହାଲିରେ ଘଟିଥିବା ଜଣାପଡ଼ିଛି।

ତେବେ ଏହି ଚୋରି କରିଥିବା ଦୁଇଜଣ ମହିଳା କୌଣସି ଗହଣା, ଗାଡ଼ି କି ମୂଲ୍ୟବାନ ସାମଗ୍ରୀ ଚୋରି କରିବା ପାଇଁ ଆସି ନଥିଲେ। ବରଂ ଘର ବାହାରେ ଲାଗିଥିବା ଫୁଲ କୁଣ୍ଡକୁ ଚୋରି କରି ନେଇ ଯାଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫୁଲକୁଣ୍ଡ ‌ଚୋରି କରିବା ପାଇଁ ଆସିଥିବା ଏହି ୨ଜଣ ମହିଳା ଚୋର କାରରେ ବସି ଆସିଥିଲେ।ଘରୁ ଫୁଲକୁଣ୍ଡ ଚୋରି କରୁଥିବା ସମୟରେ ୨ଜଣ ମହିଳା ବୋଧେ ହୁଏ ଜାଣି ନଥିଲେ କି ଦୁହେଁ କରୁଥିବା କାମ କ୍ୟାମେରାରେ ରେକର୍ଡ ହୋଇଯାଉଛି।

ଫୁଲକୁଣ୍ଡ ଚୋରି ପରେ କୌଣସି କାମରେ ଘର ମାଲିକ ବାହାରକୁ ଆସିବା ସମୟରେ ସେ ଏହି ଘଟଣା ବିଷୟରେ ଅବଗତ ହୋଇଥିଲେ। ଏହାପରେ ଯାଇ ସିସିଟିଭି ଫୁ‌ଟେଜ ଯାଞ୍ଚ କରିବା ପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ଘର ମାଲିକ ଆଶ୍ଚର୍ଯ୍ୟ ହୋଇଯିବା ସହିତ ପୁଲିସକୁ ଏସମ୍ପର୍କରେ ଅଭିଯୋଗ କରିଥିଲେ।

ଘର ମାଲିକଙ୍କ ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଦୁଇଜଣ ମହିଳା ଫୁଲକୁଣ୍ଡ ଚୋରଙ୍କୁ ଚିହ୍ନଟ କରିବାକୁ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର