ଚନ୍ଦ୍ରଶେଖରପୁର,: ଦାମୀ କ୍ୟାମେରା ଭଡ଼ାରେ ନେଇ ଫେରାର୍ ହୋଇଯାଉଥିବା ଜଣେ ଚୋରକୁ ଆଜି ଇନ୍ଫୋସିଟି ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲା, ଆଶିଷ କୁମାର ମହନ୍ତ(୩୫)। ସେ ନକଲି ଆଧାରକାର୍ଡ ଓ ଭୋଟ ପରିଚୟପତ୍ର ଦେଇ ବିଭିନ୍ନ ଷ୍ଟୁଡିଓରୁ କ୍ୟାମେରା ଭଡ଼ାରେ ନେଇ ଆଉ ଫେରାଉ ନଥିଲା। ଏପରି ସେ ରାଜଧାନୀର ୬ଟି ଷ୍ଟୁଡିଓରୁ ଦାମୀ କ୍ୟାମେରା ନେଇ ଫେରାର ହୋଇଯାଇଥିବା ବେଳେ ନୂଆପଲ୍ଲୀ ଓ ଇନ୍ଫୋସିଟି ଥାନାରେ ତା’ ନାମରେ ଅଭିଯୋଗ ହୋଇଥିଲା। କିଟ୍ ଅଞ୍ଚଳରେ ରହୁଥିବା ବିକ୍ରମ ବେହେରା ନାମକ ଜଣେ ଯୁବକଙ୍କଠାରୁ ତିନି ଦିନ ପୂର୍ବେ କ୍ୟାମେରା ଭଡ଼ାରେ ନେଇ ଆଶିଷ ପଳାଇଥିଲା। ଏନେଇ ବିକ୍ରମ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତର ଠିକଣା ଖୋଜି ଆଜି ମୟୂରଭଞ୍ଜ ଜିଲ୍ଲା ଯଶିପୁରର ତଙ୍ଗବଲିସ୍ଥିତ ନିଜ ଗାଁରୁ ଗିରଫ କରିଛି। ତା’ଠାରୁ ପୁଲିସ ୬ଟି ଦାମୀ କ୍ୟାମେରା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ ହେବ।
ଇନ୍ଫୋସିଟି ଥାନା: ଦାମୀ କ୍ୟାମେରା ଚୋରି କରୁଥିବା ଯୁବକ ଗିରଫ, ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଅଧିକ
/sambad/media/post_attachments/wp-content/uploads/2019/09/arrest85-2-620x400.jpg)