ପୁଅ ନୁହେଁ ରାକ୍ଷସ : ମା’କୁ ହତ୍ୟା‌ କରି ଶରୀରକୁ ପୋଷା କୁକୁରକୁ ଖୁଆଇ ଦେଲା ପୁଅ !

ନୂଆଦିଲ୍ଲୀ: ମା’ ଓ ପିଲାର ସମ୍ପର୍କ ନିଆରା । କିନ୍ତୁ ଏହି ସମ୍ପର୍କ‌ରେ କଳଙ୍କ ଲଗାଇ ଦେଇଛି ଜଣେ ପୁଅ। ସେ ତାର ମା’ଙ୍କୁ ହତ୍ୟା କରିବା ପରେ ଟିକଟିକ କରି କାଟି ଦେଇଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

ତେବେ ଏହି ଘଟଣାରେ ସ୍ଥାନୀୟ ପୁଲିସ ମା’ ହତ୍ୟାକାରୀ ପୁଅ ଆଲବର୍ଟ ସାଞ୍ଚେଜ ଗୋମଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ହତ୍ୟା ଘଟଣାର ଶୁଣାଣି କରି କୋର୍ଟ ହତ୍ୟାକାରୀ ପୁଅକୁ ୧୫ବର୍ଷ ଜେଲଦଣ୍ଡର ଶୁଣାଣି କରିଥିଲେ। ମୃତ ମା’ ନାମ ମାରିଆ ସୋଲେଡାଡ ଗୋମଜ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାରିଆ ସୋଲେଡାଡ ଗୋମଜ ନିଖୋଜ ହେବା ନେଇ ତାଙ୍କର ଜଣେ ବନ୍ଧୁ ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ମାରିଆଙ୍କ ଘରେ ପହଞ୍ଚିଥିଲା। ଆଉ ଅନୁସନ୍ଧାନ କରୁକରୁ ପୁଅକୁ ମା’ ବିଷୟରେ ପଚାରିବାରୁ ପୁଅ ପୁଲିସ ସାମ୍ନାରେ ସତ କଥା ମାନି ଯାଇଥିଲା।

'नरभक्षी' युवक पर मुकदमा, मां का कत्ल कर शव के टुकड़े करने, कुत्ते को खिलाने का आरोप

ପୁଅ ମୁହଁରୁ ସତ ଶୁଣି ପୁଲିସ ସ୍ତବ୍ଧ ହୋଇଯାଇଥିଲା। ପୁଅ ମା’ ମୃତ୍ୟୁ ସମ୍ପର୍କରେ ପୁଲିସ ସାମ୍ନାରେ ବଖାଣି କହିଥିଲା, ମା ଓ ମୋ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ରାଗ‌ରେ ମୁଁ ମା’ର ତଣ୍ଟି ଚିପି ହତ୍ୟା କରିଥିଲି। ଏହାପରେ ରାକ୍ଷାସ ବନି ଯାଇଥିଲା ପୁଅ। ମା’ର ଶରୀରକୁ ଟିକଟିକ କରି କାଟି ଖାଇ ଥିଲା। ଆଉ ପୋଷାକୁକୁରକୁ ଖାଇବାକୁ ଦେଇଥିଲା। କେବଳ ସେତିକି ନୁହେଁ, ଫ୍ରିଜରେ ମା’ ଶରୀରର ଗୋଟିଏ ଭାଗ ରଖିଥିଲା । ଏଥିସହିତ ମା’ର ହାଡ ବି ଏକ ଡ୍ରରେ ରଖିଥିଲା।

ସମ୍ବନ୍ଧିତ ଖବର