ଭୁବନେଶ୍ୱର: ପୂର୍ବତନ କର୍ପୋରେଟରଙ୍କ କାର, ବାଇକ ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଗତକାଲି ରାତିରେ କେତେକ ଦୁର୍ବୃତ୍ତ ବିଜେପିର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟଙ୍କ ଘରେ ପଶି ତାଙ୍କର କାର, ବାଇକ୍‌୍‌ ଆଦି ୫ଟି ପୋଡ଼ି ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ସକାଳେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସାରିଥିବା କୁହାଯାଉଛି।
ପୁଲିସ ଠାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ମହାନଗର ନିମଗର ୩ ଓ୍ଵାର୍ଡର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟ ଗତକାଲ ି ରାତିରେ ଘରେ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ସାଢ଼େ ଗୋଟଏ ବେଳେ ଜୋରରେ ଶବ୍ଦ ହେବା ସହିତ କୁକୁର ଭୁକିବାରୁ ସେ ଉଠି ପଦାକୁ ଆସିଥିଲେ। ସେତେବେଳକୁ ଦୁର୍ବୃତ୍ତମାନେ ତାଙ୍କ ମାରୁତି କାର, ୨ଟି ବାଇକ ଓ ୨ଟି ସ୍କୁଟିରେ ନିାଁ ଲଗାଇ ପୋଡ଼ିଦେଇଥିବା ଦେଖିଥିଲେ। ଏ ନେଇ ଶ୍ରୀ ରାୟ ଖାରବେଳ ନଗର ଥାନାରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଡ଼ି ଯାଇଥିବା ଗାଡ଼ି ଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର