ଗୁଜୁରାଟରୁ ଟଙ୍କା ଭର୍ତ୍ତି ଗାଡ଼ି ଜବତ: ଗଣିବା ପାଇଁ ସକାଳୁ ସନ୍ଧ୍ୟା ହୋଇଗଲା

ରାଜସ୍ଥାନ: ରାଜସ୍ଥାନର ଡୁଙ୍ଗରପୁରରେ ପୁଲିସ ଗୁଜରାଟକୁ ଯାଉଥିବା ଏକ ଗାଡିକୁ ଜବତ କରିଥିଲା। ଜବତ ହୋଇଥିବା ଗାଡ଼ିରେ କୋଟି କୋଟି ଟଙ୍କା ଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି। ଏହି କୋଟି କୋଟି ଟଙ୍କା ଦିଲ୍ଲୀରୁ ଗୁଜୁରାଟକୁ ନିଆଯାଉଥିବା ଜଣାପଡିଛି । ଏହି ଘଟଣାର ସମ୍ପୃକ୍ତ ହାୱାଲାର ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଜବତ ‌ହୋଇଥିବା ଟଙ୍କା ମୂଲ୍ୟ ପାଖାପାଖି ୫କୋଟି ହେବ ବୋଲି କୁହାଯାଉଛି।

ଆଶ୍ଚର୍ଯ୍ୟକର କଥା ପୁଲିସ ଷ୍ଟେସନରେ ଏତେ ସଂଖ୍ୟକ ନୋଟ୍ ଗଣିବା ପାଇଁ କୌଣସି ମେସିନ୍ ନଥିଲା । ତେଣୁ ବ୍ୟାଙ୍କରୁ ମେସିନ୍ ମଧ୍ୟ ଅର୍ଡର କରିବାକୁ ପଡିଲା । ସେଥିପାଇଁ ଏତେଗୁଡ଼ିକ ଟଙ୍କା ଗଣିବା ପାଇଁ ସକାଳରୁ ସନ୍ଧ୍ୟା ହୋଇଯାଇଥିଲା।
ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତ କରୁଛି । ଏଥି ସହିତ ଏହା ହାୱାଲାର ଟଙ୍କା ବୋଲି ଦାବି କରାଯାଉଛି । ଡିଏସପି ମନୋଜ ସାଓ୍ୱରିଆ କହିଛନ୍ତି ଯେ ବର୍ତ୍ତମାନ ଟଙ୍କା ଜବତ କରାଯିବା ପରେ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି ।

 

ସମ୍ବନ୍ଧିତ ଖବର