କାର୍‌ ଉପରକୁ ପଥର ଫିଙ୍ଗି ଲୁଟ୍‌

ତ୍ରିଶୂଳିଆ: ଗୁରୁବାର ବିଳମ୍ବିତ ରାତିରେ ବାରଙ୍ଗ ଥାନ ଅଧୀନ ବଡ଼ ମୁଣ୍ଡଳି ସ୍କୁଲ୍‌ ନିକଟରେ ଏକ୍‌ କାର୍‌ ଉପରକୁ ପଥର ଫିଙ୍ଗି ଲୁଟ୍‌ ଅଭିଯୋଗରେ ଗୋଡ଼ିସାହି ଫାଣ୍ଡି ପୁଲିସ ୩ ଲୁଟେରାଙ୍କୁ ଗିରଫ କରିଛି। ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ମର୍ଦ୍ଦରାଜ ଭୁୟାଁ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେମାନେ ହେଲେ ଅନୁଜ ଜେନା(୨୫), ସୁରଜିତ ନାୟକ(୨୩) ଓ ବିଶ୍ବଜିତ ବେହେରା(୨୪)। ଗୁରୁବାର ରାତି ପ୍ରାୟ ୨ଟାରେ ପ୍ରବଚକ ସ୍ୱାମୀ କାହ୍ନାଜୀ ଓ ତାଙ୍କ ୪ଜଣ ସହଯୋଗୀ ଭୁବନେଶ୍ବର ଫେରୁଥିବା ବେଳେ ବଡ଼ ମୁଣ୍ଡଳି ସ୍କୁଲ ନିକଟରେ ଦୁର୍ବୃତ୍ତମାନେ କାର ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ କାର୍‌ ସମ୍ମୁଖ କାଚ ଭାଙ୍ଗି ଯାଇଥିଲା। ସ୍ବାମୀଜୀ କାର୍‌ଟିକୁ ଅଟକାଇଦେଦେବାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଏ ନେଇ ସ୍ବାମୀଜୀ ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର