କାର୍‌ ଚୋରି ଉଦ୍ୟମ, ଚୋର ଗିରଫ

ଭୁବନେଶ୍ୱର: କାର୍‌ ଚୋରି ଉଦ୍ୟମ ବେଳେ ମଞ୍ଚେଶ୍ୱର ଥାନା ପୁଲିସ ଚୋରକୁ ଗିରଫ କରିଛି। ସେ ହେଲା ଝାରଖଣ୍ଡ ଅଞ୍ଚଳର ବୁଦ୍ଧରାମ ପୂର୍ତ୍ତି(୧୯)। ଏଠାରେ ଜଟଣୀ ଅଞ୍ଚଳରେ ରହୁଥିଲା। ପୁଲିସ ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ରହୁଥିବା ସତ୍ୟଜିତ୍‌ ମହାନ୍ତିଙ୍କ ଘରେ କେହିନଥିବା ସୁଯୋଗ ପାଇ ବୁଦ୍ଧରାମ ତାଙ୍କ ପାଚେରି ଡେଇଁ ଗ୍ୟାରେଜ୍‌ରୁ କାର୍‌ ନେବାକୁ ଉଦ୍ୟମ କରୁଥିଲା। ତେବେ ଠିକ୍‌ ଏହି ସମୟରେ ସତ୍ୟଜିତ୍‌ ଘରେ ପହଞ୍ଚିଯାଇଥିଲେ। ବୁଦ୍ଧରାମ୍‌ କାର୍‌ ଡୋର୍‌ ଖୋଲୁଥିବା ଦେଖି ତାକୁ କାବୁ କରିଥିଲେ। ତୁରନ୍ତ ମଞ୍ଚେଶ୍ୱର ଥାନାକୁ ଫୋନ୍‌ କରି ଜଣାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧରାମକୁ ଗିରଫ କରି ଥାନାକୁ ଆଣିଥିଲା।

ସମ୍ବନ୍ଧିତ ଖବର