ତିନିଟି ଗାଡ଼ିକୁ ଧକ୍କା ଦେଇ ନିୟନ୍ତ୍ରଣ ହରାଇ ଥିବା କାର ପେଟ୍ରୋଲ ପମ୍ପରେ ଭିତରେ ପଶି ଫୁଏଲ୍ ମିଟରକୁ ଉଡାଇ ଦେଲା, ଘଟଣାର ଦୃଶ୍ୟକୁ ଭିଡିଓରେ ଦେଖନ୍ତୁ
ଅହମ୍ମଦାବାଦ: ଗୁଜୁରାଟର ରାଜକୋଟ ସହରସ୍ଥିତ କାଲାଓ୍ଵଡ ରାସ୍ତାରେ ଏକ କାର ନିୟନ୍ତ୍ରଣ ହରାଇ ତିନିଟି ଗାଡ଼ିକୁ ଧକ୍କା ଦେଇ ସିଧା ଯାଇ ପେଟ୍ରୋଲ ପମ୍ପ ଭିତରେ ପଶିଥିଲା। ଏଠାରେ ଫ୍ୟୁଏଲ ମିଟର (ଗାଡ଼ିରେ ତେଲ ଭରାଯାଉଥିବା ଟାଙ୍କି)କୁ ଉଡାଇ ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା କି କାରଟି ସମ୍ପୂର୍ଣ୍ଣ ରୁପେ ଭାଙ୍ଗି ଯିବା ସହିତ ଏଥିରେ ଥିବା ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଯାହାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ଭିଡିଓ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇ ଯାଇଥିଲା। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, କାଲାଓ୍ଵଡ ରୋଡସ୍ଥିତ ଆତ୍ମୀୟ କଲେଜ ନିକଟସ୍ଥ ପେଟ୍ରୋଲ ପମ୍ପରେ ବୁଧବାର ଏକ କାର (GJ ୦୩ HK ୨୫୪୪) ନିୟନ୍ତ୍ରଣ ହରାଇ ତିନିଟି କାରକୁ ଧକ୍କା ଦେଇ ପେଟ୍ରୋଲ ପମ୍ପ ଭିତରେ ପଶି ଯାଇଥିଲା। ତେବେ କାର ଚାଳକ ଷ୍ଟିୟରିଂରୁ ନିୟନ୍ତ୍ରଣ ହରାଇବା ହେତୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
#WATCH: A car rams into a petrol dispenser and a commercial autorickshaw at a petrol pump in Rajkot in Gujarat, injuring three people. (Source: CCTV) pic.twitter.com/oEF77sQSbu
— ANI (@ANI) June 13, 2018