କଲୋନିରୁ କାର୍‌ ଚୋରି

ଖଣ୍ଡଗିରି: ସ୍ଥାନୀୟ ଖଣ୍ଡଗିରିବାରି କଲୋନିରୁ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍ ଚୋରି ହୋଇଛି। ସୂଚନାନୁସାରେ ଅଶୋକ କୁମାର ପରିଡ଼ା ତାଙ୍କ ଇଣ୍ଡିଗୋ କାର୍‌କୁ ନିଜ ଫାଟକ ନିକଟରେ ପାର୍କିଂ କରିଥିଲେ। ସବୁଦିନ ଭଳି ସେ ସେହିଠାରେ ହିଁ କାର୍‌କୁ ଲକ୍‌ କରି ରଖିଥିଲେ। ମାତ୍ର ସକାଳୁ ଉଠି ଦେଖିବା ବେଳକୁ କାର୍‌ଟି ନଥିଲା। ଲକ୍‌ ଭାଙ୍ଗି କେହି ଦୁର୍ବୃତ୍ତ କାର୍‌ଟି ନେଇଯାଇଥିବା ଜାଣିବା ପରେ ଅଶୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି। ଏହି ଘଟଣା ପରେ କଲୋନି ରାସ୍ତାରେ କାର୍ ପାର୍କିଂ କରୁଥିବା ମାଲିକମାନେ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର