ସବରିମାଳା ମନ୍ଦିର ପ୍ରବେଶକୁ ବିରୋଧ କରି ହିଂସା

୧୫୦୦ ଆନ୍ଦୋଳନକାରୀ ଗିରଫ

ଥିରୁବନନ୍ତପୁରମ୍‌: ସୁପ୍ରିମକୋର୍ଟଙ୍କ ସବରିମାଳା ରାୟକୁ ବିରୋଧ କରି କେରଳରେ ହିଂସା ବ୍ୟାପିବାରେ ଲାଗିଛି। ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ମହିଳାଙ୍କ ରାସ୍ତା ଅବରୋଧ କରିଥିଲେ ଏବଂ ମହିଳାଙ୍କୁ ମନ୍ଦିର ମଧ୍ୟକୁ ପ୍ର‌ବେଶ କରାଇ ଦେଇନଥିଲେ। କେରଳ ପୁଲିସ ଏବେ ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେରଳ ପୁଲିସ ଗତ ଦୁଇ ଦିନ ମଧ୍ୟରେ ୧୫୦୦ରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ଏବଂ ୨୦୦୦ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ୨୧୦ ଜଣଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହୋଇଛି।

ସମ୍ବନ୍ଧିତ ଖବର