ଧରାପଡ଼ିଲା ୧୧.୫ କୋଟିର ଫାଙ୍କି

ଓଡ଼ିଶାରେ ପ୍ରଥମ, ତତ୍କାଳ ୮.୫୦ କୋଟି ଆଦାୟ

ରାଉରକେଲା: ଦେଶରେ ୨୦୧୭ ଜୁଲାଇରେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଲାଗୁ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଉରକେଲା ଜିଏସ୍‌ଟି କମିସନର ଜୋନ୍‌ରେ ୧୧.୫ କୋଟିର ଫାଙ୍କି ଧରାପଡ଼ିଛି। ରାଉରକେଲା, ଅନୁଗୁଳ, କେନ୍ଦୁଝର ଜିଲ୍ଲାର ୫ଟି ବ୍ୟାବସାୟିକ ପ୍ରତିଷ୍ଠାନରେ କମିସନର ଚଢ଼ାଉ କରି ତତ୍କାଳ ୮.୫ କୋଟି ଟଙ୍କା ଟିକସ ଅସୁଲ କରିଛନ୍ତି। ଜିଏସ୍‌ଟି ଫାଙ୍କି ଧରିବାକୁ କମିସନର୍‌ ଚଲାଇଥିବା ସ୍ୱତନ୍ତ୍ର ଅଭିଯାନରେ ଟିକସଦାତାମାନେ ଦାଖଲ କରୁଥିବା ମାସିକ ବିବରଣୀ ଓ ସେମାନଙ୍କ କାରବାରର ଟିକିନିଖି ବିଶ୍ଲେଷଣ ପରେ ଉପରୋକ୍ତ ଫାଙ୍କି ଧରାପଡ଼ିଥିବା ରାଉରକେଲା କେନ୍ଦ୍ରୀୟ ଜିଏସ୍‌ଟି କମିଶନର ସତ୍ୟେନ୍ଦ୍ର କୁମାର ସିଂହ କହିଛନ୍ତିି।

ଆଜି କେନ୍ଦ୍ରୀୟ ଜିଏସ୍‌ଟି କମିଶନରଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ଟିକସ ଫାଙ୍କି ଧରପଗଡ଼ର ସୂଚନା ଦେଇ କହିଥିଲେ, ରାଉରକେଲା ଜିଏସ୍‌ଟି କମିସନରଙ୍କ ଅଧୀନରେ ଥିବା ୧୨ଟି ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ କମିସନର ନିୟମିତ ଯାଞ୍ଚ ଚଲାଇଥିବା ବେଳେ ରାଉରକେଲା, ଅନୁଗୁଳ ଓ କେନ୍ଦୁଝରର ଗୋଟିଏ ଲେଖାଏଁ ପ୍ରତିଷ୍ଠାନ ବିଭାଗକୁ ଅନ୍ଧାରରେ ରଖି ବଡ଼ ଧରଣର ଜିଏସ୍‌ଟି ଫାଙ୍କିଥିବା ଜଣାପଡ଼ିଥିଲା। ସେହି ପ୍ରତିଷ୍ଠାନଗୁଡ଼ିକ ୨୦୧୭ ଜୁଲାଇରୁ ଡିସେମ୍ବର ଯାଏ ଗ୍ରାହକଙ୍କଠାରୁ ଜିଏସ୍‌ଟି ଅସୁଲ କରିଥିଲେ ମଧ୍ୟ ସେ ବାବଦରେ ୧୧ କୋଟି ୫୦ ଲକ୍ଷ ଟଙ୍କା ଜମା କରି ନ ଥିଲେ। ଅନ୍ୟପଟେ ନିୟମିତ ଭାବେ ରିଟର୍ନ ଦାଖଲ କରୁ ନ ଥିବା ୩ଟି ପ୍ରତିଷ୍ଠାନରୁ କମିସନରଙ୍କ ଟିମ୍‌ ୩ କୋଟି ଟଙ୍କାର ଟିକସ ଦାବି ନୋଟିସ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର