ଧରାପଡ଼ିଲେ ୬ ଜଣିଆ ଡକାୟତ ଗ୍ୟାଙ୍ଗ୍‌

ସୁନା ଅଳଙ୍କାର, ମୋବାଇଲ୍‌ ସହିତ ସଟର ତଡ଼ା ସରଞ୍ଜାମ ଜବତ

ପୁରୀ/ଭୁବନେଶ୍ୱର: ପୁରୀ ସହରର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରୁଥିବା ଏକ ଡକାୟତି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ସମେତ ୬ ଜଣ ଡକାୟତଙ୍କୁ ତାଳବଣିଆ ଥାନା ପୁଲିସ ଗିରଫ କରିଛି। ଗ୍ୟାଙ୍ଗ୍‌ର ମୁଖ୍ୟ ପୁରୀର ହୋଇଥିବାବେଳେ ଅନ୍ୟମାନେ ଭୁବନେଶ୍ୱରର ବୋଲି ପୁଲିସ ସୂଚନା ଦେଇଛି। ମୋବାଇଲ୍‌ ଟ୍ରାକିଂରୁ ପୁଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ଡକାୟତମାନେ ହେଲେ, ପୁରୀ ସମୁଦ୍ରକୂଳ ଥାନା ଷ୍ଟେସନ୍‌ ବଜାରର ଅନିଲ କୁମାର ସାହୁ(୨୨), ସମୁଦ୍ରକୂୂଳ ଥାନା ଚକ୍ରତୀର୍ଥ ରୋଡ୍‌ର ବୁଲୁ ନାୟକ(୩୦), ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଟିକିଆ ଓରଫ ହେମନ୍ତ ପ୍ରଧାନ(୨୪), ରମି ନାୟକ(୨୩), କ୍ୟାପିଟାଲ ଥାନା ଅଞ୍ଚଳର ବାପି ନାୟକ(୨୫) ଓ ବାପୁନି ବିଶ୍ୱାଳ(୩୦)। ଅନିଲ ଏହି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଉତ୍ତମ ଫେରାର ରହିଛି। ପୁଲିସ ସୂଚନା ମୁତାବକ, ଗତ ୨୨ ତାରିଖରେ ତାଳବଣିଆ ଥାନା ଅଞ୍ଚଳରେ ଦୁଇଟି ଡକାୟତି ହୋଇଥିଲା। ମଧୁସୂଦନ ନଗରର କ୍ଷୀରୋଦ ନାୟକ ଓ ସିଦ୍ଧ ମହାବୀର ମଙ୍ଗଳା ଲାଇନ୍‌ର ଟେଲର ଦୋକାନୀ ସୁଶାନ୍ତ ଦାସଙ୍କ ଘରୁ ଡକାୟତି ହୋଇଥିଲା। ଏ ସଂପର୍କରେ କ୍ଷୀରୋଦ ଓ ସୁଶାନ୍ତ ତାଳବଣିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୋବାଇଲ୍‌ ଟ୍ରାକିଂରୁ ପ୍ରଥମେ ଅନୀଲ ସଂପର୍କରେ ସୁରାକ୍‌ ପାଇଥିଲା।

ସମ୍ବନ୍ଧିତ ଖବର