ଭୁବନେଶ୍ୱର: ନୂଅପାଲ୍ଲୀ ଥାନା ପୁଲିସ ଓ କ୍ୟୁଏଟି ଟିମ୍ ପୁଲିସ ମିଳିତ ଚଢ଼ାଉ କରି ଏକ ଗଞ୍ଜେଇ ଚୋରା ଚାଲାଣ ର୍ୟାକେଟ୍କୁ ଠାବ କରିବା ସହ ୪୭ କେଜି ଗଞ୍ଜେଇ, ୮୫ ହଜାର ଟଙ୍କା, ବାଇକ ଓ କାର ଜବତ କରିଛି। ର୍ୟାକେଟ୍ର ମାଷ୍ଟର ମାଇଣ୍ଡ ପୃଥ୍ଵୀରାଜ ତ୍ରିପାଠୀକୁ ପୁଲିସ ଗିରଫ କରିଛି। ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳ। ଏଠାରେ କଳିଙ୍ଗବିହାର ଅଞ୍ଚଳରେ ରହୁଥିଲା। ଦୀର୍ଘଦିନ ହେବ ପୃଥ୍ଵୀରାଜ ଗଞ୍ଜାମରୁ ଗଞ୍ଜେଇ ଆଣି ସାଲିଆସାହିର ଏକ ଘରେ ରଖୁଥିଲା। ସେଠାରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ପଠାଉଥିଲା। ତେବେ ରବିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପୃଥ୍ଵୀରାଜ କଳିଙ୍ଗବିହାର ଘରୁ ଚନ୍ଦକା ରୋଡ୍ ଦେଇ ସାଲିଆସାହିକୁ ଗଞ୍ଜେଇ ଆଣୁଥିଲା। ଏ ସଂପର୍କରେ କ୍ୟୁଏଟି ଏସ୍ଆଇ ଦୀପକ ଲେଙ୍କା ତୁରନ୍ତ ନୂଆପଲ୍ଲୀ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକଙ୍କୁ ଜଣାଇଥିଲା। ର୍ୟାକେଟ୍କୁ ଠାବ କରିବା ଲାଗି ଉଭୟ ପୁଲିସ ଯୋଜନା କରିଥିଲେ। ଆଉ ଯୋଜନା ମୁତାବକ ଉଭୟ କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସର ଦୁଇଟି ଟିମ୍ ଚନ୍ଦକା ରୋଡ୍ରେ ଛକି ବିସିଥିଲେ। ଆଉ ଠିକ୍ କିଛି ସମୟ ପରେ ପୃଥ୍ଵୀରାଜ ଏକ ବାଇକ୍ରେ ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲା। ତେବେ ହଠାତ୍ ପୁଲିସ ଗାଡ଼ି ଦେଖି ପୃଥ୍ଵୀରାଜ ହଡ଼ବଡ଼େଇ ଯାଇଥିଲା। ଫଳରେ ପୁଲିସର ଅଧିକ ସନ୍ଦେହ ହୋଇଥିଲା। ପୁଲିସ ଗାଡ଼ି ତା ନିକଟକୁ ଆସୁଥିବା ଦେଖି ପୃଥ୍ଵୀରାଜ ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲା। ହେଲେ ପୁଲିସ ତାକୁ ପିଛାକରି କାବୁ କରିଥିଲା। ଏହାପରେ ପୁଲିସ ପୃଥ୍ଵୀରାଜକୁ ନେଇ ସାଲିଆସାହି ଘରେ ଚଢ଼ାଉ କରିଥିଲା। ସେଠାରୁ ଏକ କାର ଓ କିଛି ଗଞ୍ଜେଇ ଜବତ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ପୃଥ୍ଵୀରାଜକୁ ଥାନାରେ ଅଟକ ରଖିଛି। ର୍ୟାକେଟ୍ର ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।
ଚୋରା ଗଞ୍ଜେଇ ଚାଲାଣ ର୍ୟାକେଟ୍ ଠାବ
୪୭ କେଜି ଗଞ୍ଜେଇ, ୮୫ ହଜାର ଟଙ୍କା, ବାଇକ ଓ କାର ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/04/arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)