ସ୍ପାରୁ ଧରା ପଡ଼ିଲା ସେକ୍ସ ର‍୍ୟାକେଟ୍‌

୩ ଅଣ ଓଡ଼ିଆ ଯୁବତୀ ଉଦ୍ଧାର, ୫ ଗିରଫ

ଭୁବନେଶ୍ୱର:  ଖାରବେଳନଗର ଥାନା ଅଧୀନ ମେ-ମିଲନ ନାମକ ଏକ ସ୍ପାରୁ ସେକ୍ସ ର‍୍ୟାକେଟ୍‌ ଠାବ କରିଛି ପୁଲିସ।  ପୁଲିସ ୪ ଜଣ ଗ୍ରାହାକଙ୍କ ସମେତ ର‍୍ୟାକେଟ୍‌ ମୁଖ୍ୟକୁ ଗିରଫ କରିଛି। ସେମାନେ ହେଲେ ସାମନ୍ତରାପୁର ନୂଆଗାଁ ଅଞ୍ଚଳର ସୁମିତ କୁମାର ପ୍ରଧାନ(୨୯), ବାଙ୍କି ସିମିଳିପୁର ଅଞ୍ଚଳର ଜଗବନ୍ଧୁ ନାୟକ( ୨୪), ହରିରାଜପୁର ଅଞ୍ଚଳର ଗୌତମ ଗୋଚ୍ଛାୟତ(୨୦), ରାଉରକେଲାର ସନ୍ଦୀପ ଲାର୍କା(୨୪) ଓ ର‍୍ୟାକେଟର ମୁଖ୍ୟ ବୋଲାଉଥିବା ବିହାର ଛାପ୍ରା ଅଞ୍ଚଳର ବିଜୟ ଠାକୁର(୩୧)।  ପୁଲିସ ୩ ଜଣ ଯୁବତୀଙ୍କୁ ଉଦ୍ଧାର ମଧ୍ୟ କରିଛି। ସ୍ପା ଭିତରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।  ଆଜି ଏକ ବିଶେଷ ସୂତ୍ରରୁ ଖବାର ପାଇ  ଖାରବେଳ ନଗର ଥାନା ପୁଲିସ ଓ  କ୍ୟୁଏଟି ମିଳିତ ଭାବେ ଚଢ଼ଉ କରି ଏହି ର‍୍ୟାକେଟ୍‌ ଠାବ କରିଥିଲା।  ତେବେ ସ୍ପା ଓ ଘରର ମାଲିକଙ୍କୁ ପୁଲିସ ଏଯାଏ ଠାବ କରି ପାରିନାହିଁ। ଦୁହିଁଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର