ଧରାପଡ଼ିଲା‌ ଚୋରା ଗାଡ଼ି, ୨ ଗିରଫ

ଭୁବନେଶ୍ୱର: ଗତ ରାତିରେ ଭିଏସ୍‌ଏସ୍‌ ନଗର ଛକରେ ପୁଲିସର ବ୍ଲକିଂ-ଚେକିଂ ଚାଲିଥିବା ବେଳେ ସହିଦ ନଗର ଥାନା ପୁଲିସ ଏକ ଚୋରା ବାଇକ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି କେଦାରପଲ୍ଲୀ ବସ୍ତିରେ ରହୁଥିବା ସିନ୍ଦିରିଆ ନୟାଗଡ଼ର ବିବେକାନନ୍ଦ ଦଳେଇ ଓ ବାପୁଜୀନଗର କ୍ବାର୍ଟର ନମ୍ବର ୧୯ରେ ରହୁଥିବା ସରୋଜ ନାୟକ। ତଦନ୍ତ ପରେ ଗାଡ଼ିଟି ଚୋରା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର