ଅସହାୟ ମହିଳାଙ୍କୁ ଗୋଇଠା, ଚାପୁଡ଼ା ମାରୁଥିବା ଯୁବକ ସିିସିଟିଭିରେ କଏଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଇଲି ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଜଣେ ଯୁବକ ତାଙ୍କଠାର ବୟସ୍କା ଜଣେ ମହିଳାଙ୍କୁ ଗୋଇଠା ଓ ମାଡ଼ ମାରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଛିଡ଼ା ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣକ ଗୋଇଠା ପରେ ଗୋଇଟା ମାରି ଚାଲିଛନ୍ତିି। ଖାଲି ଗୋଇଠା ନୁହେଁ ଚାପୁଡ଼ା ପରେ ଚାପୁଡ଼ା ବି ଯୁବକ ଜଣକ ମାରୁଥିବାର ଦେଖିବାକୁ ମିଳିଛି।

 

ସଂପୃକ୍ତ ଅଞ୍ଚଳର ପୁଲିସ୍‌ ସୂଚନା ଦେଇଛି ଯେ ଭିଡିଓଟିକୁ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ। ଘଟଣାଟି ଯେତିକି ଦୁଃଖଦାୟକ ତା’ଠାରୁ ଅଧିକ ଦୁଃଖର ବିଷୟ ହେଉଛି ସେଠାରେ ଉପସ୍ଥିତ କେହି ବି ଦେଖଣାହାରୀ ଯୁବକଙ୍କୁ ଅଟକାଇ ନଥିଲେ। ତେବେ, ଏହି ଘଟଣା ଘଟଣା ନେଇ ସାକ୍ଷୀ ହେବା ପାଇଁ କେହି ହେଲେ ଆଗଭର ହୋଇନାହାନ୍ତିି। ସର୍ବସାଧାରଣରେ ମହିଳା ଜଣଙ୍କ ପ୍ରତି ଅନ୍ୟାୟର ନ୍ୟାୟ ଦେବା ପାଇଁ ପୁଲିସ୍‌ ଏବେ ସିସିଟିଭି ଫୁଟେଜ୍‌କୁ ଭରସା କରିଛି।

ସମ୍ବନ୍ଧିତ ଖବର