କ୍ୟାମେରାରେ କଏଦ୍‌ ହେଲା ପୁଲିସ କର୍ମଚାରୀଙ୍କ କୁକର୍ମ : ରେଳଷ୍ଟେସନରେ ମହିଳାଙ୍କୁ ଅସଦାଚରଣ କରି ଲୋକଙ୍କ ଠାରୁ ମାଡ଼ ଖାଇଲେ

କଲ୍ୟାଣ : କଲ୍ୟାଣ ରେଳ ଷ୍ଟେସନରେ ଜଣେ ରେଳ ସୁରକ୍ଷା ବଳ କନେଷ୍ଟବଳ(ଆର୍‌ପିଏଫ୍‌) ମହିଳା ଯାତ୍ରୀଙ୍କ ସହ ଅସଦାଚରଣ କରି ଲୋକଙ୍କ ଠାରୁ ମାଡ ଖାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କୁ ପଦରୁ ବହିଷ୍କାର କରିବା ସହ କନେଷ୍ଟବଳଙ୍କ ଏହି କାମକୁ ଦେଶବ୍ୟାପୀ ତୀବ୍ର ନିନ୍ଦା କରାଯାଇଛି । ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା କଲ୍ୟାଣ ରେଳଷ୍ଟେସନରେ । ମହିଳା ଯାତ୍ରୀଜଣଙ୍କ ଟ୍ରେନ ପାଇଁ ନିଜ ପରିବାର ଲୋକଙ୍କ ସହ ଅପେକ୍ଷା କରିଥିବା ବେଳେ ଆର୍‌ପିଏଫ ଅଧିକାରୀ ତାଙ୍କ ପାଖରେ ବସିଥିଲେ । ମହିଳା ଜଣଙ୍କ ଆର୍‌ପିଏଫ ଅଧିକାରୀଙ୍କୁ ପଛ କରି ବସିଥିବାରୁ ଏହାର ଫାଇଦା ଉଠାଇ ଆର୍‌ପିଏଫ ଅଧିକାରୀ ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ଆରମ୍ଭ କରିଥିଲେ ।

ପ୍ରଥମେ ଏ ବିଷୟରେ ମହିଳା ଜଣଙ୍କ ଜାଣି ପାରି ନ ଥିବା ବେଳେ ପରେ ଏହା ଜାଣି ପାରି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ଜାଣି ପାଖରେ ବସିଥିବା ଲୋକ ଉଠି ଆର୍‌ପିଏଫ ଅଧିକାରୀଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ । ଏହି ପୂରା ଘଟଣାକୁ ନିଜ ମୋବାଇଲରେ ରେକର୍ଡ଼ କରିଥିଲେ ସାମ୍ନାରେ ବସିଥିବା ଜଣେ ଯାତ୍ରୀ । ଏ ନେଇ ଅଭିଯୋଗ ହେବା ପରେ ତୁରନ୍ତ ଆର୍‌ପିଏଫ ଅଧିକାରୀ ରାଜେଶ ଜାହାଙ୍ଗିର୍‌ଙ୍କ ପଦରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର