ସିସିଟିଭିରେ କଏଦ ହେଲା ଅଢ଼େଇ ବର୍ଷର ଶିଶୁକୁ ଅପହରଣ କରିବାର ଦୃଶ୍ୟ, ଅପହରଣର ୬ଘଣ୍ଟା ପରେ ଗିରଫ ହେଲେ ଅଭିଯୁକ୍ତ

ମୁମ୍ବାଇ : ସିସିଟିଭିରେ କଏଦ ହେଲା ଶିଶୁ ଅପହରଣର ଦୃଶ୍ୟ । ଶୁକ୍ରବାର ମୁମ୍ବାଇର ସାକିନାକା ଅଞ୍ଚଳରେ ଥିବା ଏକ ଦୋକାନ ବାହାରେ ଜଣେ ଅଢ଼େଇ ବର୍ଷର ଶିଶୁ ଖେଳୁଥିବା ବେଳେ ଜଣେ ଅଜଣା ଯୁବକ ତାକୁ ଅପହାରଣ କରି ନେଇଥିଲେ । ନିଜ ପିଲା ଭଳି ଯୁବକ ଜଣଙ୍କ ଶିଶୁ କନ୍ୟାକୁ ଉଠାଇ ନେଇଥିବା ବେଳେ ଅପହରଣର ୬ ଘଣ୍ଟା ପରେ ଶିଶୁକନ୍ୟାକୁ ମୁକ୍ତ କରିବାରେ ସଫଳ ହୋଇଥିଲା ପୁଲିସ ।

ଭିଡ଼ିଓରେ ଥିବା ଦୃଶ୍ୟ ଅନୁଯାୟୀ, ଅଢ଼େଇ ବର୍ଷିୟ ସିରିନ ଫାତିମା ଚାଲି ଚାଲି ଦୋକାନ ବାହାରକୁ ଆସୁଥିବା ବେଳେ ଜଣେ କଳା ସାର୍ଟ ପିନ୍ଧିଥିବା ଯୁବକ ତାଙ୍କୁ ଉଠାଇ ନେଇଥିଲେ । ତାଙ୍କର ଆଚରଣ ଏଭଳି ଥିଲା ଯେ ଫାତିମା ତାଙ୍କ ପିଲା ନୁହନ୍ତି ଏବଂ ସେ ଫାତିମାଙ୍କୁ ଅପହରଣ କରୁଛନ୍ତି ବୋଲି କେହି ଜାଣି ପାରି ନ ଥିଲେ । କିଛି ସମୟ ପରେ ଫାତିମାଙ୍କୁ ତାଙ୍କ ମା’ ଖୋଜିଥିଲେ ମଧ୍ୟ କେଉଁଠି ବି ପାଇ ନଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନରେ ଏବଂ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଚେକ୍‌ କରିଥିଲା ।

ସିସିଟିଭି ଫୁଟେଜ୍‌ ଚେକ୍‌ କରିବା ପରେ ପୂରା ଘଟଣା ସମ୍ନାକୁ ଆସିଥିଲା । ଫୁଟେଜ୍‌ ଆଧାରରେ ପୁଲିସ ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ କାବୁ କରିଥିଲେ । ଗିରଫ ପରେ ଅଭିଯୁକ୍ତ ଜଣଙ୍କ ସନ୍ଦୀପ ପରବ(୨୮) ବୋଲି ଜଣା ପଡ଼ିଥିବା ବେଳେ ଅପହରଣ ପଛର କାରଣ ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧିତ ଖବର