ମାସ୍କ ଓ କଳା ଚଷମା ପିନ୍ଧି ଦୋକାନରୁ ଏପରି ଭାବେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ କରିଥିଲେ ମହିଳା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗୋରଖପୁରରେ ଥିବା ଏକ ଅଳଙ୍କାର ଦୋକାନରୁ ଜଣେ ମହିଳା ଲୁଟ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହି ମହିଳା ଜଣକ ଗ୍ରାହକ ଭାବେ ଆସି ଉକ୍ତ ଦୋକାନରୁ ଲୁଟ କରିଥିବା ଜଣାପଡ଼ିଛି।

ଦୋକାନରୁ ସେ ଯେଉଁ ହାର ଲୁଟ କରିଥିଲେ, ତାହାର ମୂଲ୍ୟ ପାଖାପାଖି  ୧୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣା ବଲଦେବ ପ୍ଲାଜାସ୍ଥିତ ବେଚୁ ଲାଲ ପ୍ରାଇଭେଟ ଲିମିଟେଡ ସୋ’ରୁମରେ ଘଟିଥିବା କୁହାଯାଉଛି। ମହିଳା ଚୋରି କରୁଥିବା ଘଟଣାର ଭିଡିଓ ସୋ’ରୁମରେ ଲାଗିଥିବା ସିସିଟିଭ କ୍ୟାମେରାରେ କୈଦ ହୋଇଯାଇଥିଲା।

ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି, ମାସ୍କ ଓ ଚଷମା ଲଗାଇ ଜଣେ ମହିଳା ଗହଣା ଦୋକାନକୁ ଆସୁଛନ୍ତି। ଆଉ ଦୋକାନୀକୁ ନେକଲେସ ଦେଖାଇବାକୁ କହୁଛନ୍ତି। ଦୋକାନୀ ଯେମିତି ତାଙ୍କୁ ନେକଲେସ ଦେଖାଉଛନ୍ତି, ସେ ଆଉ ଏକ ଡିଜାଇନ ଦେଖାଇବାକୁ କହୁଛନ୍ତି। ଏହି ସମୟରେ ସେ ଏକ ନେକଲେସକୁ ନିଜ ଶାଢ଼ି ଭିତରେ ପୂରାଇ ଦେଉଛନ୍ତି। କିଛିସମୟ ପରେ ନେକଲେସ ସେଟ ପସନ୍ଦ ଆସୁନାହିଁ କହି ଦୋକାନରୁ ସେ ଚାଲି ଯାଉଛନ୍ତି।

ଯେତେବେଳେ ଦୋକାନରେ ଗହଣା ବାକ୍ସ କମ ଥିବା ଜଣାପଡ଼ିଲା। ଦୋକାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗହଣା ବାକ୍ସ କୁଆଡେ ଗଲା କୁଆଡେ ଗଲା ଚିନ୍ତା କରି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଦେଖିଲା ବେଳକୁ ଘଟଣା ଉପରୁ ପରଦା ଉଠିଥିଲା। ଦୋକାନକୁ ମାସ୍କ ଓ କଳା ଚଷମା ପିନ୍ଧି ଆସିଥିବା ପାଖାପାଖି ୪୫ବର୍ଷର ଜଣେ ମହିଳା ନେକଲେସ ଚୋରି କରି ନେଇଥିବା ଜଣାପଡ଼ିଥିଲା। ଏହାପରେ ପୁଲିସରେ ଏନେଇ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର