ନୂଆଦିଲ୍ଲୀ: ଆରୁଷୀ ତଲଓ୍ଵାର ଓ ତାଙ୍କ ଘର ଚାକର ହେମରାଜ ହତ୍ୟାକାଣ୍ଡତର ତଦନ୍ତ କରି ସିବିଆଇ ଅନେକଗୁଡ଼ିଏ ତଥ୍ୟ ଦେଇ ସାରିବା ପରେ ବ୍ୟୟବହୁଳ ହୋଇଥିବାରୁ ଗୁରୁତ୍ୱପୂର୍ଣ୍ଣ ‘ଟଚ୍ ଡିଏନ୍ଏ’ ଟେଷ୍ଟ୍ କରିବ ନାହିଁ ବୋଲି ଜାଣିବାକୁ ମିଳିଛି। ଏହି ଧରଣର ପରୀକ୍ଷା ଦେଶ ଭିତରେ ହୋଇପାରିବ ନାହଁ। ଏ ପ୍ରକାର ଟେଷ୍ଟ୍ କରିବା ପାଇଁ ଇଂଲଣ୍ଡକୁ ସାମ୍ପୁଲ୍ ପଠାଇବାକୁ ପଡ଼ିଥାଏ। ଆରୁଷୀଙ୍କ ବାପା ରାଜେଶ ତଲଓ୍ଵାର ନିର୍ଦ୍ଦୋଷ କି ନାହିଁ ତାହା ଜାଣିବା ପାଇଁ ଏହି ଟେଷ୍ଟ୍ର ଆବଶ୍ୟକତା ରହିଛି।
/sambad/media/post_attachments/wp-content/uploads/2017/10/article-2514075-19A9987000000578-807_634x528-300x250.jpg)
ଉଲ୍ଲେଖଯୋଗ୍ୟ, ଆଲ୍ଲାହାବାଦ ହାଇକୋର୍ଟ ଗୁରୁବାର ଆରୁଷୀ ତଲଓ୍ଵାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜେଶ ତଲଓ୍ଵାର ଏବଂ ନୂପୁର ତଲଓ୍ଵାରଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି। ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିବିଆଇ ଉପଯୁକ୍ତ ପ୍ରମାଣ ଯୋଗାଇ ପାରିନଥିବାରୁ ସେମାନଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି ବୋଲି କୋର୍ଟ କହିଛନ୍ତି। ମାମଲାର ତଦନ୍ତ ପ୍ରକ୍ରିୟାରେ ତୃଟି ରହିଛି ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି।
/sambad/media/post_attachments/wp-content/uploads/2017/10/touch-dna-testing-300x182.jpg)
‘ଟଚ୍ ଡିଏନ୍ଏ’ କ’ଣ?
ଏହା ଏକ ଅତ୍ୟାଧୁନିକ ଡିଏନ୍ଏ ପରୀକ୍ଷଣ ପ୍ରଣାଳୀ। ଯାହା ସାହାଯ୍ୟରେ ଘଟଣାସ୍ଥଳରେ ରହି ଯାଇଥିବା ଡିଏନ୍ଏର ପରୀକ୍ଷଣ କରାଯାଇଥାଏ। ଏ ଧରଣର ପରୀକ୍ଷଣ ଭାରତରେ ହୁଏ ନାହିଁ। ଏ ପରୀକ୍ଷଣ କରିବା ପାଇଁ ଇଂଲଣ୍ଡକୁ ସାମ୍ପୁଲ୍ ପଠାଇବାକୁ ପଡ଼େ। ଯାହା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ସହଜରେ ଏହି ପରୀକ୍ଷଣ କରାଯାଇ ନଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/article-2513462-19A4420B00000578-727_964x641.jpg)