ସିସିଟିଭି ଫୁଟେଜ୍‌ରେ କଏଦ ହେଲା ଲଜ୍ଜାକର ଦୃଶ୍ୟ, କୁକୁର ସହ ଯୌନାଚାର କରୁଥିବା ବ୍ୟକ୍ତି ବିରୋଧରେ ଅଭିଯୋଗ

ଚେନ୍ନାଇ: ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଲଜ୍ଜାକର ଘଟଣା। ଜଣେ ବ୍ୟକ୍ତି କୁକୁର ଏକ ଛୁଆକୁ ଯୌନ ଶୋଷଣ କରିଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବ୍ୟକ୍ତି ଜଣକ ଏପରି କାର୍ଯ୍ୟ କରୁଥିବା ସମୟରେ ଜଣେ ମହିଳା ତାଙ୍କୁ ଦେଖିବା ପରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଛନ୍ତି ଯେ ଏପରି ଲଜ୍ଜାକର ଘଟଣା ଗୁରୁବାର ଘଟିଛି।

ମହିଳା ଜଣକ କହିଛନ୍ତି ଯେ ତାଙ୍କ ଘର ପାଖରେ ଥିବା ଏକ ଖାଲି ଫ୍ଲାଟ୍‌ରେ ୧୫ ଦିନ ତଳେ ଏକ କୁକୁରଛୁଆ ଜନ୍ମ ନେଇଥିଲା। ମହିଳା ଜଣକ ସେହି କୁୁକୁର ଛୁଆର ଯତ୍ନ ନେଉଥିଲେ। ମାତ୍ର ସେ ଦେଖିବାକୁ ପାଇଲେ ଯେ ଉକ୍ତ କୁକୁରଛୁଆ ସହ ବ୍ୟକ୍ତି ଜଣକ ଅମାନବିକ କାର୍ଯ୍ୟ କରୁଛନ୍ତି। ତା’ପରେ ମହିଳା ଜଣକ ଥାନାରେ ଅଭିଯୋଗ ଦେବାକୁ ଚିନ୍ତା କରିଥିଲେ।

ମହିଳା ଜଣକ ସିିସିଟିଭି ଫୁଟେଜ୍‌ ସହ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ସିସିଟିଭି ଫୁଟେଜ୍‌ରେ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ବାସ୍ତବରେ କ’ଣ ଘଟିଥିଲା ପୁଲିସ୍‌ ମହିଳାଙ୍କୁ ପଚରାଉଚରା ଆରମ୍ଭ କରିଛି। ଏହି ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର