ଦିଲ୍ଲୀରେ ଡ଼୍ୟାନ୍‌ସିଂ ଚୋରକୁ ନେଇ ଚର୍ଚ୍ଚା : ସିସିଟିଭି ଦେଖି ନାଚିବା ସହ ୪ଟି ଦୋକାନ ଲୁଟିଲେ ଚୋର

ନୂଆଦିଲ୍ଲୀ : ଦିଲ୍ଲୀରେ ଏବେ ଡ୍ୟାନ୍‌ସିଙ୍ଗ ଚୋରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚୋରି କରିବାକୁ ଆସିଥିବା ବେଳେ ଜଣେ ଚୋର ସିସିଟିଭି ଲାଗିଥିବା ଦେଖି ନାଚିବାକୁ ଲାଗିଥିଲା । ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ନକଲ କରି ଚୋରଟି ନାଚିବା ସହ ନିଜ ସାଥୀମାନଙ୍କ ସହ ୪ଟି ଦୋକନରୁ ଚୋରି କରିଥିଲା । ଚୋରି କରିବାକୁ ଆସିଥିବା ଚୋରମାନେ ୨୨ମିନିଟ୍‌ ମଧ୍ୟରେ ୪ଟି ଦୋକାନରୁ ଆରାମରେ ଚୋରି କରି ଚାଲି ଯାଇଥିଲେ । ସୂଚନା ମୁତାବକ,ଏହି ଘଟଣାଟି ଦିଲ୍ଲୀର ଲାହୋରି ଅଞ୍ଚଳରେ ଘଟିଥିବା ଜଣା ପଡ଼ିଛି ।

 ଚୋରି କରିବାର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଚୋରମାନେ ମୁହଁରେ ରୁମାଲ ବାନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରି ପାରି ନାହିଁ ପୁଲିସ । ଚୋରମାନେ ୪ଟି ଦେକାନର କବାଟ ଭାଙ୍ଗି କିଛି ମୋବାଇଲ୍‌ ଫୋନ ଏବଂ ହାର୍ଡ଼ଡ଼ିସ୍କ ଚୋରି କରି ନେଇଥିବା ଜଣାପଡ଼ିଛି । ଘଟଣାଟି ଜୁନ୍‌ ୧୧ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ କାବୁ କରି ପାରି ନାହିଁ ।

ସମ୍ବନ୍ଧିତ ଖବର