ଟ୍ରେନ୍ ମଧ୍ୟରେ ଇନ୍ଷ୍ଟଲ୍ ହୋଇଥିବା ସିସିଟିଭି ପାଇଁ ଧରାପଡ଼ିଲେ ୨ ଜଣ ମୋବାଇଲ୍ ଚୋର
ନୂଆଦିଲ୍ଲୀ: ଟ୍ରେନ୍ ମଧ୍ୟରେ ଇନ୍ଷ୍ଟଲ୍ ହୋଇଥିବା ସିସିଟିଭି ସହାୟତାରେ ନୂଆଦିଲ୍ଲୀର ରେଲ୍େଓ୍ଵ ପ୍ରୋଟେକ୍ସନ ଫୋର୍ସ ୪୮ ଘଣ୍ଟା ମଧ୍ୟରେ ୨ ଜଣ ମୋବାଇଲ୍ ଚୋରଙ୍କୁ ଧରିଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ ନୂଆଦିଲ୍ଲୀ ରେଳବାଇ ଷ୍ଟେସନ୍ରେ ପ୍ଲାଟ୍ଫର୍ମ ନମ୍ବର-୧ରେ ଛିଡ଼ା ହୋଇଥିବା କଲ୍କା ଶତାବ୍ଧୀ ଟ୍ରେନ୍ର କୋଚ୍-୪ରୁ ଜଣେ ମହିଳାଙ୍କ ମୋବାଇଲ୍ ଚୋରି ହୋଇ ଯାଇଥିଲା। ମହିଳା ଜଣକ ରେଳ ପୁଲିସ୍ରେ ଅଭିଯୋଗ ଆଣିବା ପରେ ଆର୍ପିଏଫ୍ ଇନ୍ସ୍ପେକ୍ଟରଙ୍କ ଅଧୀନେରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ମାମଲାର ତଦନ୍ତ କରି ଟିମ୍ ଟ୍ରେନ୍ର କୋଚ-୪ରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିଲା। ସିସିଟିଭିରୁ ହସ୍ତଗତ ହୋଇଥିବା ଫଟୋ ଓ ଭିଡିଓକୁ ଏକ ବିଶ୍ୱସନୀୟ ଉତ୍ସକୁ ଦେବା ପରେ ମୋବାଇଲ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିଥିଲା।
ଏହି ସିସିଟିଭି ଯାଞ୍ଚ୍ ପରେ ୨ ଜଣଙ୍କୁ ଟିମ୍ ଗିରଫ କରିଛି। ଏହି ଦୁଇ ଚୋରଙ୍କ ନିକଟରୁ ପୁଲିସ୍ ୫୯ ହଜାର ଟଙ୍କାର ଏକ ସାମସଙ୍ଗ୍ ମୋବାଇଲ୍ ସହ ଆହୁରି ୬ଟା ମୋବାଇଲ୍ ଉଦ୍ଧାର କରିିଛି। ଏହି ୨ ଜଣଙ୍କ ନିକଟରୁ ସମୁଦାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଉଦ୍ଧାର କରାଯାଇଛି।