ବରଣମାଳା ପିନ୍ଧାଇବା ପୂର୍ବରୁ ଚାଲିଗଲା ବରର ଜୀବନ

ନୂଆଦିଲ୍ଲୀ : ବରଣମାଳା ପକାଇବା ପୂର୍ବରୁ ଲିଭଗଲା ଜୀବନ ଦୀପ । ବିବାହ ଦିନକୁ ପାଳନ କରିବା ଅବସରରେ ଫାଙ୍କା ଗୁଳି ଚାଳନା ବେଳେ ଜନୈକ ବର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହି ଅଘଟଣ ପରେ ସଙ୍ଗେ ସଙ୍ଗେ ବରଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡ଼ିଛି । ମୃତକଙ୍କ ନାମ ଦୀପକ କୁମାର। ହସ୍ତଗତ ହୋଇଥିବା ସୂଚନା ମୁତାବକ, ଏହି ଘଟଣା ମଙ୍ଗଳବାର ଦିନ ରାତିରେ ଦିଲ୍ଲୀରେ ଥିବା ସୀମାପୁରୀରେ ଘଟିଛି । ବିବାହ ପାଇଁ ବର ସହ ବରଯାତ୍ରୀ ବାହାରି ଥିଲେ ଘରକୁ ବୋହୁ ଆଣିବା ପାଇଁ ।

jewishtimes.com

କିନ୍ତୁ ଘରୁ ବାହାରିବାର କିଛି ସମୟ ପରେ ସବୁ ଚିତ୍ର ବଦଳି ଯାଇଥିଲା । ଶୋଭାଯାତ୍ରାରେ ଟାଉଥିବା ବରଯାତ୍ରୀମାନେ ଖୁସିରେ ଶୂନ୍ୟକୁ ଗୁଳି ଚାଳନା କରିବା ବେଳେ ଗୋଟେ ଗୁଳି ଯାଇ ଘୋଡ଼ା ଉପରେ ବସିଥିବା ବର ଦୀପକଙ୍କ ଛାତିରେ ବାଜିଥିଲା । ଗୁଳି ବାଜିବା ସଙ୍ଗେ ସଙ୍ଗେ ଦୀପକ ସେଇଠି ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳି ଫୁଟାଇଥିବା ବ୍ୟକ୍ତି ଜଣଙ୍କ ଦୀପକଙ୍କର ଜଣେ ଦୂର ସଂପର୍କୀୟ ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର