ମାତିଲେ ନାଲି ବାଇକ୍‌ ଲୁଟେରା : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ଚନ୍ଦ୍ରଶେଖରପୁର : ସନ୍ଧ୍ୟରେ ଗାଡ଼କଣସ୍ଥିତ କେଳୁଚରଣ ପାର୍କରୁ ସାନ୍ଧ୍ୟ ଭ୍ରମଣ ସାରି ଫେରୁଥିବା ଜଣେ ମହିଳାଙ୍କ ଚେନ୍‌ ଲୁଟ୍‌ ହୋଇଛି। ରେଲେଓ୍ଵ କଲୋନି ଫେଜ୍‌ ୨ ଟାଇପ୍‌ ୧ରେ ରହୁଥିବା ଲୋପାରାଣୀ ସ୍ୱାଇଁ(୨୯) ପାର୍କରୁ ପୁଅ ସହ ଚାଲିଚାଲି ଘରକୁ ଫେରୁଥିବା ବେଳେ ଏକ ନାଲି ରଙ୍ଗର ବାଇକ୍‌ରେ ଦୁଇ ଜଣ ଯୁବକ ତାଙ୍କ ବେକରୁ ସୁନା ଚେନ୍‌କୁ ଝାମ୍ପିନେଇ ପଳାଇଥିଲେ। ଏଥିରେ ଲୋପାରାଣୀ ରାସ୍ତା ଉପରେ ପଡ଼ି ଖଣ୍ଡିଆ ଖାବରା ହୋଇଥିଲେ। ଏନେଇ ସେ ନିକଟସ୍ଥ ଥାନାକୁ ସୂଚନା ଦେବାରୁ ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଖୋଜାଖୋଜି କରିଥିଲା। ତେବେ ସେମାନଙ୍କ ପତ୍ତା ମିଳି ନଥିଲା। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ସୂଚନା ଅନୁଯାୟୀ ଲୁଟେରାମାନେ ନିକଟସ୍ଥ ଏକ ବସ୍ତିର ଯୁବକ। ଦୁର୍ବୃତ୍ତମାନେ ପାର୍କ ନିକଟରେ ବୁଲାବୁଲି କରିବା ସହିତ ତାଙ୍କୁ ପିଛା କରିଥିଲେ। ସେମାନେ ଏକ ଭୁଜାଲି ଧରିଥିବା ମହିଳାଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର