ଚନ୍ଦ୍ରଶେଖରପୁର : ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଉସିଂ ବୋର୍ଡ ଦୁର୍ଗା ମଣ୍ଡପ ସମ୍ମୁଖରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛନ୍ତି ଲୁଟେରା। ଲୁଟ୍ର ଶିକାର ମହିଳା ହେଲେ, ହାଉସିଂବୋର୍ଡ କଲୋନିର କନକପ୍ରଭା ଲେଙ୍କା(୪୦)। ପୁଲିସ ପହଞ୍ଚି ଲୁଟେରାଙ୍କ ପିଛା କରିଥିଲେ ବି ବିଫଳ ହୋଇଥିଲା।
ସୂଚନା ଅନୁଯାୟୀ, କନକପ୍ରଭା ଅନ୍ୟ ଜଣେ ମହିଳାଙ୍କ ସହ ପାଖ ବଜାରକୁ ଯାଇଥିଲେ। ଫେରିବା ବେଳକୁ ଦୁର୍ଗା ମଣ୍ଡପ ସମ୍ମୁଖରେ ଜଣେ ଲୁଟେରା ବାଇକ୍ରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲା। ଦୁଇ ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ପୁଲିସକୁ ଫୋନ୍ କରିଥିଲେ। ଏନେଇ କନକପ୍ରଭା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/loot.jpg)