ପୁରୁଣା ଭୁବନେଶ୍ୱର: ଏୟାର ଫିଲଡ଼୍ ଥାନା ଅଧିନ ହାଇଟେକ୍ ପ୍ଲାଜା ନିକଟରେ ପୁଣି ଡେଙ୍ଗାଗେଡ଼ାଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ସୁନା ଚେନ୍ ଲୁଟ୍ ଉଦ୍ୟମ କରିବା ବେଳେ ବିଫଳ ହୋଇ ମହିଳାଙ୍କୁ ଆହାତ କରି ଫେରାର ହୋଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୫ଟାରେ ହାଇଟେକ୍ ପ୍ଲାଜା ବି୭ ବ୍ଲକ୍ଠାରେ ଶୈଳାବାଳା ମହାନ୍ତି ନାମକ ଜଣେ ମହିଳା ତାଙ୍କ ନାତୀଙ୍କ ସ୍କୁଲ ଗାଡ଼ିକୁ ଅପେକ୍ଷା କରିଥିଲା। ଏହି ସମୟରେ ଏକ କଳା ପଲସର୍ରେ କଳା ରଙ୍ଗର ଡେଙ୍ଗାଗେଡ଼ା ଯୁବକ ଆସି ତାଙ୍କୁ ଧକ୍କା ମାରିଥିଲେ। ସେ ତଳେ ପଡ଼ିଯିବାରୁ ତାଙ୍କ ବେକରୁ ସୁନା ଚେନ୍କୁ ଛିଣ୍ଡାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଦୁଇ ଜଣକ ସ୍ଥାନୀୟ ଯୁବକ ପାଟି କରିବାରୁ ଡେଙ୍ଗାଗେଡ଼ା ପଳାଇଥିଲେ। ତେବେ ଯିବା ବେଳେ ମହିଳାଙ୍କୁ ପୁଣି ଗୋଡ଼ରେ ଧକ୍କା ମାରି ପଳାଇଥିଲେ। ଘଟଣାସ୍ଥଳରେ ମହିଳାଙ୍କ ସୁନା ଚେନ୍ ଲୁଟ୍ ହୋଇ ପାରିନଥିଲେ ମଧ୍ୟ ତାଙ୍କ ବେକରେ ଆଘାତ ଲାଗିଛି। ସେହିପରି ଗତ ୩୧ତାରିଖରେ ଉକ୍ତ ସ୍ଥାନରେ ଡେଙ୍ଗାଗେଡ଼ା ରିତେଶ ପଟ୍ଟନାୟକ ନମକ ଯୁବକଠାରୁ ଏକ ଦାମି ମୋବାଇଲ୍, ୫ହଜାର ଟଙ୍କା ଓ ଦୁଇ ଭରିର ସୁନା ଚେନ୍ ଲୁଟ୍ କରିଥିଲେ। ପୁଲିସ ଡେଙ୍ଗାଗେଡ଼ାଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଚେନ୍ ଲୁଟ୍ ଉଦ୍ୟମ ବେଳେ ମହିଳା ଆହତ
ପୁଣି ଡେଙ୍ଗା ଗେଡ଼ା ଆତଙ୍କ
/sambad/media/post_attachments/wp-content/uploads/2017/12/Chain-Snatching_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)