ଚେନ୍‌ ଲୁଟେରା ଗିରଫ, ଚେନ୍‌ ଜବତ

ଖଣ୍ଡଗିରି : ମଙ୍ଗଳବାର ଖୋର୍ଧା ଜଙ୍କିଆରେ ଚଢ଼ାଉ କରି ଖଣ୍ଡଗିରି ଥାନା ପୁଲିସ ଜଣେ ସୁନାଚେନ୍‌ ଲୁଟେରାକୁ ଗିରଫ କରିଛି। ସେ ହେଲେ ଜଙ୍କିଆ ଥାନା ମୋଟା ଗାଁର ସଞ୍ଚିତ୍‌ ପଟ୍ଟନାୟକ ଓରଫ୍‌ ପିକୁନ୍‌। ତା’ଠାରୁ ଏକ ଲକେଟ୍‌ ଯୁକ୍ତ ସୁନାଚେନ୍‌ ଉଦ୍ଧାର କରାଯାଇଛି। ଗତ ୨୨ ତାରିଖରେ ଖଣ୍ଡଗିରି ଟ୍ରାଫିକ୍‌ ଛକ ନିକଟ ଏକ ହୋଟେଲ ସମ୍ମୁଖରୁ ରଶ୍ମିରେଖା ମହାନ୍ତି ନାମକ ଜଣେ ମହିଳାଙ୍କ ବେକରୁ ଏହି ଚେନ୍‌ ଲୁଟ୍‌ ହୋଇଥିଲା। ଶ୍ରୀମତୀ ମହାନ୍ତି ସିଜୁଆ ଗ୍ରିଡ୍‌ କାର୍ଯ୍ୟାଳୟରୁ କାମ ସାରି ସ୍ୱାମୀଙ୍କ ସହ ବାଇକ୍‌ରେ ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା। ତେବେ ଗତ ୨୫ ତାରିଖରେ ତମାଣ୍ଡୋ ଥାନା ପୁଲିସ ହାବୁଡ଼ରେ ପଡ଼ିଥିବା ଦୁଇ ଚେନ୍‌ ଲୁଟେରା ସୁଧାଂଶୁ ପଟ୍ଟନାୟକ ଓ ଗୋପାଳ ବିଶ୍ୱାଳକୁ ପୁଲିସ ଜେରା କରିବା ପରେ ସଞ୍ଚିତ କଥା ଜଣାପଡ଼ିଥିଲା। ୨୨ ତାରିଖ ଲୁଟ୍‌ରେ ଗୋପାଳ ସହ ସଞ୍ଚିତ ସାମିଲ୍‌ ଥିଲା। ସଞ୍ଚିତ ଓ ସୁଧାଂଶୁ ଦୁଇ ଭାଇ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର