ଚେନ୍‌ ଲୁଟେରା ଗିରଫ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ଆଜି ଏକ କୁଖ୍ୟାତ ଚେନ୍‌ ଲୁଟେରାକୁ ଗିରଫ କରିଛି। ତା’ ନାଁରେ ସେହି ଥାନାରେ ୧୦ରୁ ଊର୍ଧ୍ୱ ମାମଲା ରହିଛି। ପୁଲିସ ତାଠାରୁ ୨୫ ଗ୍ରାମର ସୁନା ଓ ଏକ ବାଇକ୍‌ ଜବତ କରିଛି। ଗିରଫ ଯୁବକଜଣକ ହେଲା, ସେହି ଥାନା ଅଧୀନ ମଇଁଷିଆଖାଲ ବସ୍ତିର ଛୋଟୁ ଓରଫ ରାକେଶ ସେଠୀ (୨୦)। ପୁଲିସ ସୂଚନା ଅନୁଯାୟୀ, ରାକେଶ ଆଖି ପିଛୁଳାକେ ଛେନ୍‌ ଝାମ୍ପି ନେଉଥିଲା। ମହିଳାମାନେ ରାସ୍ତାରେ ଏକା ଯିବା ବେଳେ ସେମାନଙ୍କୁ ଛୋଟୁ ଟାର୍ଗେଟ୍‌ କରୁଥିଲା। ରାସ୍ତା ନିରୋଳା ଦେଖି ଚେନ୍‌ ଝାମ୍ପି ନେଇ ପଳାଉଥିଲା। ବାଇକ୍‌ରେ ଆସି ବଡ଼ଗଡ଼ ଥାନା ଅଧୀନ ପାଣ୍ଡବ ନଗର, ଭାସ୍କରଶ୍ୱେର ମନ୍ଦିର ନିକଟ, ବିଜେବି ନଗର, ଟଙ୍କପାଣି ରୋଡ୍‌, ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳରେ ବିଭିନ୍ନ ସମୟରେ ଚେନ୍‌ ଲୁଟ୍‌ କରିଥିଲା। ସେହିପରି ବାଇକ୍‌ ଚୋରି ସହ ଗାଡ଼ିରୁ ବ୍ୟାଟେରି ଚୋରି କରିବା ନେଇ ଛୋଟୁ ନାମରେ ବହୁ ଅଭିଯୋଗ ରହିଛି। ଆଜି ପୁଲିସ ତାକୁ ଗିରଫ କରିଛି। ତାର ଅନ୍ୟ ସହଯୋଗୀମାନଙ୍କୁ ପୁଲିସ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଥାନା ଅଧିକାରୀ ଶୁଭେନ୍ଦୁ ସିହ୍ନା କହିଛନ୍ତି।

ସମ୍ବନ୍ଧିତ ଖବର