ଦିନ ଦି’ପହରେ ମହିଳାଙ୍କଠାରୁ ସୁନାଚେନ୍‌ ଝାମ୍ପିନେଲେ

ଭୁବନେଶ୍ୱର,: ଆଜି ୟୁନିଟ୍‌-୬ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କଠାରୁ ଦିନ ଦି’ପହରେ ଛିନ୍‌ତାଇ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣଙ୍କ ହେଲେ, ନିବେଦିତା ମିଶ୍ର। ସେ ଏହି ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ରହନ୍ତି। କ୍ୟାପିଟାଲ ଥାନାରେ ହୋଇଥିବା ଅନୁଯାୟୀ, ନିବେଦିତା ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ବନଦୁର୍ଗା ମନ୍ଦିରରୁ ଚାଲି ଚାଲି ଘରକୁ ଫେରୁଥିବା ବେଳେ ବନଜା ଆପାର୍ଟମେଣ୍ଟ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଦ୍ରୁତ ଗତିରେ ଫେରାର୍‌ ହୋଇ ଯାଇଥିଲେ। ଚେନ୍‌ର ଓଜନ ୨ ଭରିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର୍‌ ପାଇନାହିଁ।

ସମ୍ବନ୍ଧିତ ଖବର