ପର୍ଯ୍ୟଟକଙ୍କ ଚେନ୍‌ ଝାମ୍ପିନେଲେ

ପୁରୁଣା ଭୁବନେଶ୍ୱର: ଆଜି ଅପରାହ୍ଣ ପ୍ରାୟ ୩ଟା ୩୦ ମିନିଟ୍‌ ସମୟରେ ଶ୍ରୀବାସୁଦେବ ମନ୍ଦିର ନିକଟରେ ଦୁର୍ବୃତ୍ତମାନେ ଜଣେ ପର୍ଯ୍ୟଟକଙ୍କଠାରୁ ଚେନ୍‌ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ବ୍ରହ୍ମପୁର ଅଞ୍ଚଳର ପି ରାଓ। ଶ୍ରୀ ରାଓ ତାଙ୍କ ପରିବାର ସହିତ ବାସୁଦେବ ମନ୍ଦିର ଓ କୋଟିତୀର୍ଥ ଲେନ୍‌ ଦେଇ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ଏକ ନୀଳ ରଙ୍ଗର ପଲ୍‌ସରରେ ଆସି ତାଙ୍କର ୨ଟି ଚେନ୍‌ ଝାମ୍ପି ନେଇଥିଲେ। ଯାହାର ମୂଲ୍ୟ ଲକ୍ଷେ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର