ଭୁବନେଶ୍ବର: ଜଣେ ମହିଳାଙ୍କଠାରୁ ସୁନାଚେନ୍ ଝାମ୍ପି ନେଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏନେଇ ଶିଲାଭଦ୍ର ସାମନ୍ତରାୟ ନାମକ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଷ୍ଟେସନ୍ରୁ ପରିବାର ସହ ଚକେଇସିଆଣି ସ୍ଥିତ ଘରକୁ ଫେରୁଥିଲେ। ସହିଦନଗର ଆଇଡିବିଆଇ ଛକ ନିକଟରେ ପଛପଟୁ ଏକ ବାଇକ୍ରେ ଆସୁଥିବା ଜଣେ ଯୁବକ ଓ ଯୁବତୀ ତାଙ୍କ ବେକରୁ ୧୦ଗ୍ରାମ ଓଜନର ସୁନାଚେନ୍ ଛିଣ୍ଡାଇ ନେଇଥିଲେ।
ମହିଳାଙ୍କ ସୁନାଚେନ୍ ଝାମ୍ପି ନେଲେ
/sambad/media/post_attachments/wp-content/uploads/2017/12/Chain-Snatching_5.jpg)