ମୋହାଲି : ମୋତିଆ ରୟାଲ ସହରରେ ଜଣେ ନାବାଳିକା ନିଜ ସହ ଦୁଷ୍କର୍ମ ହେବାରୁ ବଞ୍ଚାଇବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ପୀଡ଼ିତା ନିଜ ବୁଦ୍ଧି ଖଟାଇ ଅଭିଯୁକ୍ତର ପାଦକୁ ଚାପି ଦେବା ସହ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ରବିବାର ଚଣ୍ଡିଗଡ଼ରେ ଏଭଳି ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ସାହାସକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ଅଭିଯୁକ୍ତର ନାଁ ନବୀନ ବୋଲି ଚିହ୍ନଟ କରା ଯାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
ସୂଚନା ମୁତାବକ, ଘଟଣାର ୧୫ଦିନ ପୂର୍ବରୁ ପୀଡ଼ିତାଙ୍କ ପିଛା କରୁଥିଲେ ନବୀନ । ଘଟଣାଦିନ ଲିପ୍ଟରେ ପୀଡ଼ିତା ପଞ୍ଚମ ମହଲାକୁ ଯାଉଥିବା ବେଳେ ପୂର୍ବରୁ ଉପସ୍ଥିତ ଥିଲେ ନବୀନ । ଲିପ୍ଟ ଅଟକିବା ପରେ ନବୀନ ପୀଡ଼ିତାଙ୍କୁ ଟାଣି ନେଇ ଏକ ଘରେ ବନ୍ଦ କରି ଦେଇଥିଲେ । ଏହା ପରେ ଦୁଷ୍କର୍ମ ଉଦ୍ଦେଶ୍ୟରେ ସେ ପୀଡ଼ିତାଙ୍କ ପୋଷାକ ଖୋଲିବା ଆରମ୍ଭ କରିଥିଲେ । ସୁଯୋଗ ଦେଖି ପୀଡ଼ିତା ପିନ୍ଧିଥିବା ନିଜ ହାଇ ହିଲ୍ ସାହାଯ୍ୟରେ ଅଭିଯୁକ୍ତର ପାଦକୁ ଚାପି ଦେଇଥିଲେ । ଆଘାତ ପାଇ ଅଭିଯୁକ୍ତ ତଳେ ପଡ଼ିଯିବା ପରେ ପୀଡ଼ିତା ନିଜ ପୋଷାକ ସହ ସେଠାରୁ ଖସି ଆସିଥିଲେ । ତେବେ ଘଟଣାର ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।