ଫେସ୍‌ବୁକ୍‌ ପ୍ରେମୀ ଥିଲା କୁଖ୍ୟାତ ଅପରାଧୀ! ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତାଙ୍କ ସାମ୍ନାକୁ ଆସିଲା ପ୍ରେମିକର ଅସଲ ଚେହେରା

ଚଣ୍ଡିଗଡ଼ : ଆଜିକାଲି ଫେସ୍‌ବୁକ୍‌ରେ ପ୍ରେମ କରି ଠକେଇର ଶିକାର ହେବା ସାଧାରଣ ହୋଇ ଗଲାଣି । ପ୍ରତିଦିନ କେହି କେହି ଫେସ୍‌ବୁକ୍‌ ଜରିଆରେ ପ୍ରେମ କରି ବିଭିନ୍ନ ପ୍ରକାରର ଠକେଇ ସହ ଦୁଷ୍କର୍ମର ଶିକାର ହୋଉଥିବା ଖବର ମିଳୁଛି । ସେଭଳି ଏକ ଘଟଣା ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଘଟିଛି ।

ସୂଚନା ମୁତାବକ, ଫେସ୍‌ବୁକ୍‌ରେ ଦେଖା ହେବା ପରେ ନମ୍ବର ନେଇ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା କଥା ହେବା ଆରମ୍ଭ କରିଥିଲେ । କିନ୍ତୁ କିଛି ଦିନ ପରେ ଦୁହେଁ କଥା ହେବା ବନ୍ଦ କରି ଦେଇଥିଲେ । ହଠାତ୍‌ ଦିନେ ଅଭିଯୁକ୍ତ ପୀଡ଼ିତାଙ୍କୁ ଫୋନ କରି ଦେଖା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଦେଖା ହେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ପାର୍ଟିରେ ଯୋଗ ଦେବା କଥା କହି ଚଣ୍ଡିଗଡ଼ ନେଇ ଯାଇଥିଲେ । ସେଠାରେ ପାର୍ଟିି ସାରିବା ପରେ ଏକ ହୋଟେଲକୁ ନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ପୀଡ଼ିତା ବିରୋଧ କରିବାରୁ ତାଙ୍କୁ  ମାଡ଼ ମାରିବା ସହ ସେ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ । ସୁଯୋଗ ଉଣ୍ଡି ପୀଡ଼ିତା ପୁଲିସକୁ ଖବର ଦେବାରେ ସଫଳ ହେବା ପରେ ପୁଲିସ ହୋଟେଲ ପହଞ୍ଚିଥିଲା ।

Isha Sadhguru

କିନ୍ତୁ ପୁଲିସକୁ ଆସୁଥିବାର ଦେଖି ଅଭିଯୁକ୍ତ ହୋଟେଲର ତୃତୀୟ ମହଲାରୁ ଡ଼େଇଁ ପଡ଼ିଥିଲେ । ପରେ ପୁଲିସ ଅଭିଯୁକ୍ତକୁ ଆହତ ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲା ବୋଲି ଜଣାପଡ଼ିଛି । ତଦନ୍ତ ପରେ ଅଭିଯୁକ୍ତଜଣଙ୍କ ଜଣେ କୁଖ୍ୟାତ ଅପରାଧୀ ବୋଲି ସାମ୍ନାକୁ ଆସିଥିଲା । ପୂର୍ବରୁ ଅଭିଯୁକ୍ତ ଏଭଳି ଅନେକ ଅପରାଧ କରିଥିବା ବେଳେ ତାଙ୍କ ନାଁରେ ଏକାଧିକ ଅଭିଯୋଗ ଥିବା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର