ଚଣ୍ଡିଗଡ଼ : ନିଜର ୧୨ ବର୍ଷିୟ ପଡ଼ୋଶୀ ସହ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ସୁପରମାର୍କେଟରେ କାମ କରୁଥିବା ଜଣେ ସେଲ୍ସମ୍ୟାନ । ବୁଧବାର ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମ ଶମ୍ମି କୁମାର ହୋଇଥିବା ବେଳେ ସେ ପୀଡ଼ିତାଙ୍କ ଘର ପାଖରେ ଥିବା ଏକ କୋଠାରେ ରହୁଥିବା ଜଣା ପଡ଼ିଛିା
ସୂଚନା ଅନୂଯାୟୀ, ବୁଧବାର ଦଦ୍ଦୁମଜ୍ରା କଲୋନିରେ ରହୁଥିବା ପୀଡ଼ିତାଙ୍କ ମାତା-ପିତା କାମରେ ବାହାରକୁ ଯାଇଥିଲେ ।ସକାଳ ପ୍ରାୟ ୧୦ଟାରେ ୨୦ ବର୍ଷିୟ ଶମ୍ମି କୁମାର ଆସି ପୀଡ଼ିତାଙ୍କ ଘର କବାଟ ବାଡ଼େଇବା ପରେ ପୀଡ଼ିତା ଜଣଙ୍କ କବାଟ ଖୋଲିଥିଲେ । ଘରର ଭଡ଼ା ବିଷୟରେ ପଚାରିବାରୁ ପୀଡ଼ିତା ଜଣଙ୍କ ତାଙ୍କୁ ରାଗି କରି ଜବାବ ଦେଇଥିଲେ । ଏହା ପରେ କୁମାର ପୀଡ଼ିତାଙ୍କ ଏପରି ବ୍ୟବହାରରେ ରାଗି ଯାଇ ପ୍ରତିଶୋଧ ନେବାକୁ ଭାବିଥିଲେ । ଏଥି ପାଇଁ ସେ ପୀଡ଼ିତାଙ୍କୁ ପାଣି ମାଗିଥିଲେ। ପୀଡ଼ିତା ପାଣି ଆଣିବାକୁ ଯାଇଥିବା ବେଳେ କୁମାର ଘର ଭିତର ପଟୁ କବାଟ କିଳି ଦେଇଥିଲେ । ଏହା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଏ ବିଷୟରେ କାହାକୁ ଜଣାଇଲେ ପରିସ୍ଥିତି ଭୟାବହ ହେବ ବୋଲି କୁମାର ଧମକ ଦେଇଥିଲେ ।
/sambad/media/post_attachments/wp-content/uploads/2018/02/rape-1200-300x167.jpg)
କିନ୍ତୁ ପୀଡ଼ିତା ଜଣଙ୍କ ଡ଼ରି ନ ଯାଇ ଅଭିଯୁକ୍ତ ସେଠାରୁ ଯିବା ପରେ ପୁରା ଘଟଣା ବିଷୟରେ ତାଙ୍କ ମା'ଙ୍କୁ ଫୋନ କରି ଜଣାଇଥିଲେ । ଏହା ପରେ ତାଙ୍କ ମା' ଆସି ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ଡ଼ାକ୍ତରଖାନା ନିଆ ଯାଇଥିଲା । ଡ଼ାକ୍ତର ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ କରିବା ପରେ ଧାରା ୧୬୪ ଅନୁଯାୟୀ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା ।ଏହାପରେ ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ପୀଡ଼ିତା । ପୁଲିସ ଗିରଫ କରିଥିଲା ।