ସାଙ୍ଗିଆ ବଦଳାଇବା ପାଇଁ ତହସିଲଦାର ଲାଞ୍ଚ ମାଗିବାରୁ ମଇଁଷି ନେଇ ପହଞ୍ଚିଲେ ମହିଳା, ତା’ ‌ପରେ…

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ମହିଳା କରିଥିବା ଏକ କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ତହସିଲଦାର ଲାଞ୍ଚ ମାଗିବାରୁ ଲାଞ୍ଚ ଆକାରରେ ଘରେ ଥିବା ମଇଁଷିକୁ ନେଇ ତାଙ୍କ ନିକଟରେ ପହଞ୍ଚିଥିଲେ ମହିଳା। ଯାହା ଉପସ୍ଥିତ ଲୋକ ଏବଂ ତହସିଲଦାରଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାଟି ସିଦ୍ଧି ଜିଲ୍ଲାରେ ଘଟିଥିବା ବେଳେ ପୁଲିସକୁ ଏ ନେଇ ସୂଚନା ଦିଆଯାଇଥିଲା। ସୂଚନା ପାଇ ମହିଳାଙ୍କୁ ଏଭଳି କରିବା ପଛର କାରଣ ପଚରାଯିବା ପରେ ତହସିଲଦାର ଲାଞ୍ଚ ମାଗିବାରୁ ମୁଁ ଲାଞ୍ଚ ବାବଦରେ ମଇଁଷିକୁ ନେଇ ଆସିଥିବା ସେ କହିଥିଲେ।

ନଦିଆ ଗାଁରେ ରହୁଥିବା ରାମକଲି ପଟେଲଙ୍କ କହିବା ମୁତାବକ, ମୁଁ ଘରର କାଗଜପତ୍ରରେ ଥିବା ମୋର ସାଙ୍ଗିଆ ବଦଳାଇବା ପାଇଁ କହିବାରୁ ତହସିଲଦାର ଅଫିସର ଜଣେ କର୍ମଚାରୀ ମୋତେ ୧୦,୦୦୦ଟଙ୍କା ଦେବାକୁ କହିଥିଲେ। ପ୍ରଥମେ ମୁଁ ୧୦,୦୦୦ଟଙ୍କା ଦେଇଥିଲେ ମଧ୍ୟ ପରେ ସେ ମୋତେ ପୁଣି ଆଉ୧୦,୦୦୦ଟଙ୍କା ମାଗିଥିଲେ। ଯାହା ପରେ ମୁଁ ରାଗରେ ଘରେ ଥିବା ମଇଁଷିକୁ ଲାଞ୍ଚ ଆକାରରେ ନେଇ ପହଞ୍ଚିଥିଲି।

Image result for bribe
Medical Dialogues

ରାମକଲିଙ୍କ ଏଭଳି ଦାବି ଉପରେ ସିହାୱାଲର ତହସିଲଦାର କହିଛନ୍ତି କି, ରାମକଲିଙ୍କ କାମ ମୁଁ ସେ କହିବା ପରେ ପରେ କରି ଦେଇଥିଲି। ଏମିତି କି ମୁଁ ରାମକଲିଙ୍କୁ ଗତବର୍ଷ ନଭେମ୍ବର ୧୪ରେ ଏହାର ପ୍ରମାଣପତ୍ର ମଧ୍ୟ ଦେଇଥିଲି। ସେ ମ‌ୋତେ ଓ ଅଫିସର କର୍ମଚାରୀଙ୍କୁ ଫସାଇବା ପାଇଁ ଏଭଳି ମିଛ କହୁଛନ୍ତି। ରାମକଲିଙ୍କ ଏଭଳି ଦାବିକୁ ମିଛ ବୋଲି କହି ତହସିଲଦାର ତାଙ୍କ ବିରୋଧରେ ଏତଲା ଲେଖାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର