ପୁଲିସ ଅଧିକାରୀଙ୍କ ହ୍ଵାଟସ୍‌ଆପ୍‌ ଚାଟ୍‌ ହେଲା ଲିକ୍‌, ଦେଖନ୍ତୁ ଏଥିରେ କ’ଣ ଲେଖା ଥିଲା

ବୁଲନ୍ଦସହର:ଟଙ୍କା ନେଇ ମନଇଚ୍ଛା ପୋଷ୍ଟିଂ ଓ ଟ୍ରାନ୍ସଫର କରାଉଥିବା ନେଇ ଉତ୍ତରପ୍ରଦେଶରେ ପୁଲସି ବିରୋଧରେ ଅଭିଯୋଗ ହୋଇଛି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ବୁଲନ୍ଦସହରର ଏସଏସପି ପୂରା ମାମଲାକୁ ଖଣ୍ଡନ କରି ଏହାକୁ ଏକ ଗୁଜବ ବୋଲି କହିଛନ୍ତି। ଏହି ଗୁଜବ ଉଠାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭାଇରାଲ ଚାଟ ଏକ ପୁଲିସ ଅଧିକାରୀଙ୍କ ନମ୍ବରରୁ ହୋଇଛି ଏଥିରେ ଏଡିଜିଙ୍କଠାରୁ ନେଇ ଏସ୍‌ଏସ୍‌ପି ସମସ୍ତଙ୍କ ହାତ ଥିବା ଜଣାପଡ଼ିଛି।

ତେବେ ଘଟଣା ଟି ହେଉଛି ବୁଲନ୍ଦସହର ଡିବାଇ ଥାନାର। ଏହି ଥାନା ଅଧିକାରୀ ପର୍ଶୁରାମଙ୍କ ମୋବାଇଲ ନମ୍ବରରୁ ଏହି ଚାଟ ଭାଇରାଲ ହେଇଛି। ଏଥିରେ ଅଭିଯୁକ୍ତ ଏଡିଜିରୁ ନେଇ ଏସଏସପି ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି।। ତେବେ ଏହି ଚାଟ୍‌ରେ ଦାବି କରାଯାଇଛି କି, ଯୋଗୀ ସରକାରରେ ପ୍ରଚୁର ଟଙ୍କା କାରବାର ହେଉଛି।

ଭାଇରାଲ ମେସେଜରେ ଥାନା ଅଧିକାରୀ ନିଜର ଟ୍ରାନ୍ସଫର ନୋଏଡାରୁ ବୁଲନ୍ଦସହର କରିବା ପାଇଁ ଏଡିଜିଙ୍କୁ ୫୦ହଜାର ଟଙ୍କା ଓ ଥାନା ଦେବା ପାଇଁ ଏସ୍‌ଏସ୍‌ପିଙ୍କୁ ତିନିଲକ୍ଷ ଟଙ୍କା ଦେଇଥିବା କଥା ଉଲ୍ଲେଖ ରହିଛି। ଏବେ ଏହି ଚାଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଯେଉଁ ନମ୍ବର ଦେଖିବାକୁ ମିଳୁଛି ତାହା ଡିବାଇ ଥାନା ପ୍ରଭାରି ପର୍ଶୁରାମଙ୍କ ସିୟୁଜି ନମ୍ବର ବୋଲି ଜଣାପଡ଼ିଛି।

ମେରଠର ଏଡିଜି ଓ ବୁଲନ୍ଦସହରର ଏସଏସ୍‌ପି କେବି ସିଂହ ଏହି ଅଭିଯୋଗକୁ ପୂରାପୂରି ଖଣ୍ଡନ କରିଛନ୍ତି। ଏସ୍‌ଏସ୍‌ପି କେବି ସିଂହ ଗଣମାଧ୍ୟମ ସହିତ ଆଲୋଚନା କରି କହିଛନ୍ତି, ଏହା ସରଇବର କ୍ରାଇମ୍‌ର ମାମଲା ଅଟେ। ତେଣୁ ଏହି ଘଟଣାର ଯାଞ୍ଚ ସାଇବର ସେଲକୁ ଦେଇ ଦିଆଯାଇଛି। କେବଳ ଏତିକି ନୁହେଁ ଭାଇରାଲ ଚାଟକୁ ସମ୍ବାଦ କରି ସୋସିଆଲ ମିଡିଆରେ ଭାଇରାଲ କରୁଥିବା ନୋଏଡାର େଓ୍ଵବସାଇଟ ବିରୋଧରେ ବି ଯାଞ୍ଚ ଆରମ୍ଭ କରି ଦିଆଯାଇଛି।

ସମ୍ବନ୍ଧିତ ଖବର