ଉଇଟେଲ ଚିଟଫଣ୍ଡ୍‌ ଠକେଇ: ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଉଇଟେଲ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ମୁଖ୍ୟ ଅଭିଯୁକ୍ତକୁ ହାଇଦ୍ରାବାଦରୁ ଗିରଫ କରିଛି। ତାଙ୍କ ନାଁ ଫନୀନ୍ଦ୍ର କୁମାର ଗେଦମ। ପୂର୍ବରୁ ସିବିଆଇ ଫନୀନ୍ଦ୍ରଙ୍କ ବିରୋଧରେ ଲୁକ ଆଉଟ୍‌ ସରକୁଲାର ଜାରି କରିଥିଲା। ମିଳିଥିବା ସୂଚନା ମୁତାବକ, ଏହି ସଂସ୍ଥା ୨୦୧୦ରେ ଓଡ଼ିଶାର ଭୁବନେଶ୍ୱର ସମେତ, ଛତିଶଗଡ଼, ମଧ୍ୟ ପ୍ରଦେଶ, ଆନ୍ଧ୍ରପ୍ରଦେଶରେ ଶାଖା ଖୋଲିଥିଲା। ଜମାକାରୀଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ସଂସ୍ଥା ପାଖାପାଖି ୧୦୦ କୋଟି ଟଙ୍କାର ଠକେଇ କରିଥିଲା। ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହେବା ପରେ କାର୍ଯ୍ୟାଳୟଗୁଡ଼ିକରେ ତାଲା ଝୁଲିବା ସହିତ ନିର୍ଦେଶକମାନେ ଫେରାର ହୋଇ ଯାଇଥିଲେ। ପ୍ରଥମେ ସିବିଆଇ ଅମରଜିତ ସିଂହଙ୍କୁ ଗିରଫ କରିଥିଲା। ଗତବର୍ଷ ସିବିଆଇ କୋର୍ଟ ଅମରଜିତ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ସାରିଛି। କିନ୍ତୁ ଫନୀନ୍ଦ୍ର ଫେରାର ହୋଇ ଯାଇଥିଲେ। ଏଥିପାଇଁ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍‌ ଆଉଟ୍‌ ସର୍‌କୁଲାର ଜାରି କରିଥିଲା। ଆଜି ସେ ହାଇଦ୍ରବାଦ ବିମାନବନ୍ଦରରୁ ମୁମ୍ବାଇ ଯାଉଥିବାବେଳେ ସିବିଆଇର ଅଧିକାରୀମାନେ ତାକୁ କାବୁ କରିଥିଲେ। ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିବା ସିବିଆଇ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧିତ ଖବର