ନକଲି ରକ୍ତ କାରବାରର ପର୍ଦାଫାଶ : ୭ ଗିରଫ, ୮ ୟୁନିଟ୍‌ ନକଲି ରକ୍ତ ଜବତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବେଆଇନ ଭାବେ ଚାଲିଥିବା ନକଲି ରକ୍ତ କାରବାରର ପର୍ଦାଫାଶ କରିଛି ଉତ୍ତରପ୍ରଦେଶ ଏସଟିଏଫ୍‌। ଏଥିରେ ସଂପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ୟୁପି ଏସଟିଏଫ୍‌। ଧରାପଡିଥିବା ଅଭିଯୁକ୍ତ କେମିକାଲ ଓ ପାଣି ମିଶାଇ ରକ୍ତର କଳା କାରବାର କରୁଥିଲେ । ଏସଟିଏଫ ମାଣ୍ଡୟାଁବ ସ୍ଥିିତ ହସପିଟାଲରେ ରାତି ଅଧିଆ ଚଢ଼ଉ କରି ୮ ୟୁନିଟ୍ ନକଲି ରକ୍ତ ଜବତ କରିବା ସହ ଏହି ମାମଲାର ଯାଂଚ କରୁଛି । ରାତି ଅଧରେ ଏସଟିଏଫ୍ ବ୍ଲଡ ବ୍ୟାଙ୍କର ଦସ୍ତାବିଜ୍ ଓ କର୍ମଚାରୀଙ୍କ ତଥ୍ୟ ଖୋଳତାଡ କରିଥିଲା ।

ଏସଟିଏଫର ଏହି ଚଢ଼ଉ ବହୁତ ଗୋପନୀୟ ଭାବେ ହୋଇଥିଲା । ସ୍ଥାନୀୟ ପୁଲିସକୁ ବି ଏହାର କିଛି ସୂଚନା ନଥିଲା । ଏସଟିଏଫ୍ ମୁତାବକ, ଏହି କଳା କାରବାର ବହୁତ ଲମ୍ବା ସମୟ ଧରି ଚାଲୁଥିଲା । ଏସଟିଏଫ୍ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ବ୍ଲଡ ବ୍ୟାଙ୍କକୁ ଅନୁଧ୍ୟାନ କଲା । ପ୍ରମାଣ ଓ ସାକ୍ଷ୍ୟ ଏକତ୍ର କରିବା ପରେ ଏସଟିଏଫ୍ ର ଡେପୁଟି ଏସପିଙ୍କ ନେତୃତ୍ୱରେ ରାତି ଅଧିଆ ଚଢ଼ଉ କରିଥିଲେ ।

ସୂଚନାଯୋଗ୍ୟ, ଅଭିଯୁକ୍ତ କେମିକାଲ ଓ ପାଣି ମିଶାଇ ୨ ୟୁନିଟ୍ ରୁ ୩ ୟୁନିଟ୍ ରକ୍ତ ତିଆରି କରୁଥିଲେ । ଏଠି ବିନା କୌଣସି ମେଡିକାଲ ଡିଗ୍ରୀ ଥିବା କର୍ମଚାରୀ କାମ କରୁଥିଲେ । ବ୍ଲଡ ବ୍ୟାଙ୍କରେ କୌଣସି ଡାକ୍ତର ମୁତୟନ ନଥିଲେ । କେମିକାଲ ଓ ପାଣି ମିଶ୍ରିତ ଗୋଟିଏ ୟୁନିଟ୍ ରକ୍ତ ପାଇଁ ୩୫୦୦ ଟଙ୍କା ନେଉଥିଲେ । ଏହି ଗ୍ରୁପ୍ ମଜଦୁର ଓ ରିକ୍ସା ଚାଳକଙ୍କ ଠାରୁ ୧୦୦୦-୧୨୦୦ ଟଙ୍କାରେ ରକ୍ତ କିଣୁଥିଲେ ଓ ସେଥିରେ କେମିକାଲ ଓ ପାଣି ମିଶାଉଥିଲେ ।

ସମ୍ବନ୍ଧିତ ଖବର