ଚେନ୍ନାଇ: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗୁୁଥିବା ବେଳେ ମଝିରେ ସ୍ବାମୀ ଯେଉଁ କାମ କରିଛି, ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ତ୍ରୀ ଆତ୍ମହତ୍ୟାର ଧମକ ଦେବାରୁ ଅଭିଯୁକ୍ତ ସ୍ବାମୀ ରାଗରେ ସ୍ତ୍ରୀ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ବୁଧବାର ଘଟିଥିବା ବେଳେ ପୀଡ଼ିତାଙ୍କ ଶରୀର ୬୫ପ୍ରତିଶତ ପୋଡ଼ି ଯାଇଥିବା ଜଣା ପଡ଼ିଛି। ଏବେ ତାଙ୍କୁ ଗୁରୁତର ଅବସ୍ଥାରେ କିଲପୌକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ପୀଡ଼ିତାଙ୍କ ନାଁ ପଞ୍ଚାଭରମ୍ ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତ ସ୍ବାମୀର ନାଁ ରାଜନ ବୋଲି ଜଣା ପଡ଼ିଛି।
India Todayସୂୂଚନା ମୁତାବକ, ପଞ୍ଚାଭରମ୍ ଓ ରାଜନଙ୍କର ଅନେକ ସମୟରେ ବିଭିନ୍ନ କାରଣରୁ ଝଗଡ଼ା ହୋଇଥାଏ। ବୁଧବାର ମଧ୍ୟ କୌଣସି କାରଣକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହେଉଥିବା ବେଳ ପଞ୍ଚାଭରମ୍ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା କରିବାର ଧମକ ଦେଇଥିଲେ। ସ୍ତ୍ରୀର ଏଭଳି କଥା ଶୁଣି ରାଜନ ରାଗିଯିବା ସହ ନିଜେ କିରୋସିନ୍ ଆଣି ପଞ୍ଚାଭରମଙ୍କ ଉପରେ ଢ଼ାଳିବା ସହ ନିଆଁ ଲଗାଇ ଦେଇଥିଲେ। ପରେ ପଞ୍ଚାଭରମଙ୍କ ଚିତ୍କାର ଶୁଣି ରାଜନ ଧରା ପଡ଼ିଯିବା ଡ଼ରରେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ପଡ଼ୋଶୀଙ୍କ ସହାୟତାରେ ପୀଡ଼ିତାଙ୍କୁ ଡାକ୍ତରଖାନା ନିଆଯିବା ସହ ଏବେ ଚିକିତ୍ସା ଜାରି ରହିଛି। ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଅନେକ ଚୋରି ଅଭିଯୋଗରେ ରାଜନ ଜେଲ ଯାଇ ସାରିଥିବା ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/qq-12.jpg)