ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ- ପୁଲିସ୍‌

ଚେନ୍ନାଇ: ଜଣେ ୩୨ ବର୍ଷ ବୟସ୍କ ପୁଲିସ କନେଷ୍ଟବଲ୍‌ ଫେସବୁକ୍‌ରେ ଜଣେ ୨୨ ବର୍ଷୀୟାଙ୍କୁ ପ୍ରେମ କରି ବସିଲେ । ୩୨ ବର୍ଷ ବୟସ୍କା କନେଷ୍ଟବଲ୍‌ କାନନ୍‌ କୁମାର ଉକ୍ତ ୨୨ ବର୍ଷୀୟାଙ୍କ ସହ ଫେସବୁକ୍‌ ପ୍ରେମରେ ପଡ଼ିଗଲେ । ଏହାପରେ ଦୁହେଁ ଚାଟିଂ କରିଲେ । ବେଳେ ବେଳେ ୨୨ ବର୍ଷୀୟା ପ୍ରେମିକାଟି ସହ ମଧ୍ୟ ଫୋନ୍‌ରେ କଥା ହୁଅନ୍ତି କାନନ୍‌ କୁମାର । ସେ ଜାଣନ୍ତି ଯେ ପ୍ରେମିକାଟି ତାଙ୍କ ମନପସନ୍ଦ । ଏଣୁ ତା’ପଛରେ ପଇସା ଉଡ଼ାଇବାରେ ଲାଗିଲେ ।

ପୋଙ୍ଗଲ ଛୁଟିରେ କାନ୍‌ନ କୁମାର ନିଜ ଗ୍ରାମକୁ ଦଶ ଦିନ ପାଇଁ ଆସିଥିଲେ । ତାଙ୍କ ଘର ବାଥିରିୟି ରୂପାଠାରୁ ପ୍ରେମିକାର ଗାଆଁ ଡବ୍ଲୁ ପୁଢୁପଟ୍ଟିର ଦୂରତା ମାତ୍ର ୫ କିଲୋମିଟର । କାନନ କୁମାର ନିଜର ପ୍ରେମିକାକୁ ଭେଟିବା ପାଇଁ ତାଙ୍କଘରେ ପହଞ୍ଚିଥିଲେ, ହେଲେ ସେଠି ଜାଣିବାକୁ ପାଇଲେ ଯେ ତାଙ୍କର ପ୍ରେମିକା ଜଣେ ୨୨ ବର୍ଷୀୟ ପୁରୁଷ । ସେ ପ୍ରେମିକା ଆୟାନକୁ ଭେଟିବାକୁ ଚାହିଁଥିଲେ, ହେଲେ ପ୍ରେମିକା ମନା କରିଲା । ଏହାପରେ କାନନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ।

photo-indiatimes

ପ୍ରେମିକାଟି ପୁରୁଷ ବୋଲି ଜାଣିବା ପରେ କାନନ କୁମାର ଆତ୍ମହତ୍ୟା କରିବା ଲାଗି ବିଫଳ ପ୍ରୟାସ କରିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କନେଷ୍ଟବଲ କାନନ କୁମାରଙ୍କଠାରୁ ଆତ୍ମହତ୍ୟାର କାରଣ ଜାଣିବା ପରେ ଉକ୍ତ ପ୍ରତାରକ ଯୁବକ ଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ । ସେମାନେ ଅୟାନରଙ୍କୁ ଅପହରଣ କରି ହତ୍ୟା କରିଥିଲେ ।
ତେବେ ପୁଲିସ ଏହି ହତ୍ୟାକାଣ୍ଡର ସୂରାକ୍‌ ପାଇବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ପୁଲିସ୍‌ ଏସପି ରାଜାରାଜନ୍‌ ସୂଚନା ଦେଇଛନ୍ତି । ଏହି ତିନି ଅଭିଯୁକ୍ତ ହେଲେ ବିଜୟ କୁମାର, ତେନଜିଙ୍ଗ୍‌ ତାମିଲାସନ ।

ସମ୍ବନ୍ଧିତ ଖବର