ଚେନ୍ନାଇ:ଜଣେ ଇଂଜିନିୟରିଂ ଛାତ୍ରୀଙ୍କର ନଗ୍ନ ଫଟୋ ଉଠାଇବା ଓ ତାକୁ ଇଣ୍ଟରନେଟରେ ଅପ୍ଲୋଡ୍ କରିବାର ଧମକ ଦେବା ଅଭିଯୋଗରେ ପୁଲିସ ଏକ କଂପାନିର ମାଲିକଙ୍କୁ ଗିରଫ କରଥିବା ଜଣାଯାଇଛି।
ଅଭିଯୋଗ ଅନୁଯାୟୀ ଟେକ୍ କଂପାନିର ପରିଚାଳନା ନିର୍ଦ୍ଦେଶକ ସୁନ୍ଦରମ୍ ଓରଫ ସେନ୍ତିଲ୍ ରାଜା ଜଣେ ଗ୍ରାଜୁଏଟ୍ ଇଂଜିନିୟରଙ୍କର ନଗ୍ନ ଚିତ୍ର ଉତ୍ତୋଳନ କରିଥିଲେ ଓ ତାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କଠାରୁ ଟଙ୍କା ବି ନେଇଥିଲେ।
କିନ୍ତୁ ସୁନ୍ଦରମ୍ ଉକ୍ତ ଇଂଜିନିୟର ଯୁବକଙ୍କୁ ଚାକିରି ଦେଲେ ନାହିଁ। ଏହାପରେ ଛାତ୍ରୀ ନିଜର ଟଙ୍କା ଫେରାଇବାକୁ କହିଥିଲେ। ଏଥିରେ ସୁନ୍ଦରମ୍ ଉତ୍କ୍ଷିପ୍ତ ହୋଇ ତାଙ୍କୁ ଧମକ ଦେଲେ ଯେ ଯଦି ସେ ଟଙ୍କା ମାଗିବେ,ତେବେ ତାଙ୍କର ନଗ୍ନ ଫଟୋସବୁ ଇଣ୍ଟରନେଟରେ ଅପ୍ଲୋଡ କରିଦେବେ।
ପୀଡ଼ିତ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ସେ ୨୦ ହଜାର ଟଙ୍କା ନେଇ ତାଙ୍କୁ ନିଜ କଂପାନିରେ ଚାକିରି ଦେବେ ବୋଲି କହିଥିଲେ ସୁନ୍ଦରମ୍। ସେହି ସମୟରେ ତାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦିଆଯାଇଥିଲା। ତା’ପରେ ପୀଡ଼ିତ ଛାତ୍ରୀ ଜଣକ ବେହୋସ ହୋଇ ପଡ଼ିଥିଲେ। ଆଖି ଖୋଲିବା ବେଳକୁ ସେ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ନିଜକୁ ଦେଖି ବିସ୍ମିତ ହେଲେ। ପରେ ଜାଣିବାକୁ ପାଇଥିଲେ ଯେ କଂପାନିର ପରିଚାଳନା ନିର୍ଦ୍ଦେଶକ ତାଙ୍କର ନଗ୍ନ ଫଟୋ ଉଠାଇ ନିଜ ପାଖରେ ରଖିଛନ୍ତି।
ପୀଡ଼ିତ ଇଂଜିନିୟରିଂ ଛାତ୍ରୀ ଜଣକ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ସେଲେୟୁର ପୁଲିସ ଅଭିଯୁକ୍ତ ସୁନ୍ଦରମ୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଗରୁ ମଧ୍ୟ ଅଭିଯୁକ୍ତଙ୍କ ନାଆଁରେ ଏଭଳି ଅଭିଯୋଗ ଆସିଥିଲା।