ଛତିଶଗଡ଼: ଏଟିଏମ୍‌କୁ ଟଙ୍କା ଭରିବାକୁ ଯାଉଥିବା ବେଳେ କ୍ୟାସ୍‌ ଭ୍ୟାନ୍‌ରୁ ୧ କୋଟି ଟଙ୍କା ଲୁଟ୍‌, ଘଣ୍ଟାଏ ଭିତରେ ଲୁଟେରାଙ୍କୁ ଖୋଜି ବାହର କଲା ପୁଲିସ୍‌

ରାୟପୁର: ଛତିଶଗଡ଼ର ରାୟପୁରରେ ୪ ଜଣ ଲୁଟେରା ମିଶି ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ ୧ କୋଟି ଟଙ୍କା ଲୁଟିନେବା ପରେ ପୁଲିସ୍‌ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ କ୍ୟାସ୍‌ ଭ୍ୟାନ୍‌ରୁ ଟଙ୍କା ଲୁଟିବାର ୧ ଘଣ୍ଟା ମଧ୍ୟରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି।

ନବଗ୍ରହ ଅଞ୍ଚଳରେ ଥିବା ଏଟିଏମ୍‌ରେ ଟଙ୍କା ଭରିବା ପାଇଁ କ୍ୟାସ୍‌ ଭ୍ୟାନଟି ଯାଉଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଲୁଟେରାମାନେ ଲୁଟ୍‌ କରିଥିବା ସୂୂଚନା ରହିଛି। ଭ୍ୟାନ୍‌ଟି ଆସି ଝାଲ୍‌ ଏବଂ ଅତରିୟା ଗାଁ ମଝିଆ ମଝି ପହଞ୍ଚିଥିବା ବେଳେ କେତେ ଜଣ ଅସ୍ତ୍ରଧାରୀ ପହଞ୍ଚି ଗାଡ଼ିଟିକୁ ଅଟକାଇ ଲୁଟ୍‌ କରିଥିଲେ।

ଲୁଟେରାମାନେ ଲୁଟ୍‌ କରିବ ପରେ ତତ୍‌କ୍ଷଣାତ ପୁଲିସ୍‌ ତତ୍ପରତା ଦେଖାଇ ଚାରିଆଡ଼େ ଖୋଜିବା ଆରମ୍ଭ କରିଥିଲ। ଲୁଟ୍‌ର ଘଣ୍ଟାଏ ଭିତରେ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଧରିବାରେ ପୁଲିସ୍‌ ସମର୍ଥ ହୋଇଛି। ଏବେ ସୁଦ୍ଧା ୮୦ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର