ନୂଆଦିଲ୍ଲୀ: ଛତିଶଗଡର ବିଲାସପୁର ଜିଲ୍ଲାରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଆଶ୍ଚର୍ଯ୍ୟଜନକ କାମ ସାମ୍ନାକୁ ଆସିଛି।
ମସ୍ତୁରୀ ଅଞ୍ଚଳସ୍ଥ ସରଗାଁର ବାସିନ୍ଦା ଚାଷୀ ରୁପଚନ୍ଦ ମନହର ଏସଡିଏମଙ୍କୁ ଅଭିଯୋଗ କରି କହିଛନ୍ତି କି,‘ ମସ୍ତୁରୀସ୍ଥିତ ଏସବିଆଇର ମ୍ୟାନେଜର ସୁମନ କୁମାର ଚୌଧୁରୀ ୧୨ ଲକ୍ଷ ଟଙ୍କା ଋଣ ପାଇଁ ୧୦ ପ୍ରତିଶତ କମିଶନ ମାଗିଥିଲେ। ଦାବି ମୁତାବକ ମୁଁ ଏହି କମିଶନ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଇ ଦେଇଥିଲି।
ଏହା ସତ୍ତ୍ବେ ବି ସେ ମୋତେ ଋଣ ଦେଇ ନଥିଲେ। ଅଧିକ କିଛି ଦାବି କରିଥିଲେ। ପ୍ରତିଶନିବାର ଦୋଷୀ କୁକୁଡ଼ା ଆଣିବାକୁ କହିଥିଲେ। ମୁଁ ତାଙ୍କର ଏହି ଦାବି ବି ପୂରଣ କରିଥିଲି। ପାଖାପାଖି ୩୯,୦୦୦ ଟଙ୍କା ମୂଲ୍ୟର ଦେଶୀ ଚିକେନ୍ ମୁଁ ତାଙ୍କୁ ଖାଇବାକୁ ଦେଇଥିଲି। ଯାହାର ରସିଦ ବି ମୋ ପାଖରେ ଅଛି।
ଏହା ସତ୍ତ୍ବେ ବି ସେ ମୋ ଋଣ ଆବେଦନ ପାସ କରି ନଥିଲେ। ମୁଁ ଏ ବିଷୟରେ ଅଧିକାରୀ ସୁମନ କୁମାରଙ୍କୁ ପଚାରିବାରୁ ସେ ଋଣ ଦେଇ ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।
ମୋତେ ଏହି ଘଟଣାରେ ନ୍ୟାୟ ନମିଳିଲେ ମୁଁ ବିଷ ପିଇ ନଚେତ କିରୋସିନ ଢ଼ାଲି ନିଜ ଶରୀରରେ ନିଆଁ ଲଗାଇ ଦେବି।