ପତ୍ନୀଙ୍କ ସହକର୍ମୀଙ୍କ ସହ ମାଜିଷ୍ଟ୍ରେଟ୍‌ ସ୍ୱାମୀ ରଖିଥିଲେ ପ୍ରେମ ସଂପର୍କ, ପ୍ରେମିକାକୁ ନେଇ ସ୍ୱାମୀ ଗେଷ୍ଟ ହାଉସ ପହଞ୍ଚିବା ପରେ ପଛେ ପଛେ ପହଞ୍ଚିଲେ ପତ୍ନୀ, ତା’ ପରେ…

ରାୟପୁର : ଛତିଶଗଡ଼ର ରାୟପୁରରେ ମାଜିଷ୍ଟ୍ରେଟ୍‌ମାନଙ୍କର ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ମାଜିଷ୍ଟ୍ରେଟ୍‌ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟକୁ ମାଜିଷ୍ଟ୍ରେଟ୍‌ ପ୍ରେମିକା ପଶି ଆସିବା ଏବଂ ପରେ ପତ୍ନୀଙ୍କ ଆଗକୁ ସ୍ୱାମୀଙ୍କ ଅସଲ ଚେହେରା ସାମ୍ନାକୁ ଆସିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

oneindia.com

ସୂଚନା ମୁତାବକ, ବିବାହ ପରେ ପରେ ପୀଡ଼ିତାଙ୍କ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । ଯିଏ ପୀଡ଼ିତାଙ୍କ ଅଫିସରେ କାମ କରିବା ସହ ଜଣେ ମାଜିଷ୍ଟ୍ରେଟ ଥିଲେ । ଏ ନେଇ ପୀଡ଼ିତାଙ୍କୁ ସୂଚନା ମିଳିବା ପରେ ସେ ନିଜ ସ୍ୱାମୀଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ । ସୋମବାର ରାତିରେ ପୀଡ଼ିତାଙ୍କ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ରାୟପୁରର ଏକ ଗେଷ୍ଟ ହାଉସକୁ ଯାଇଥିବା ବେଳେ ପୀଡ଼ିତା ସେଠାରେ ଯାଇ ପହଞ୍ଚି ଯାଇଥିଲେ । ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖି ରାଗି ଯାଇଥିଲେ ପୀଡ଼ିତା । ଯାହା ପରେ ପୀଡ଼ିତା ଏବଂ ତାଙ୍କ ସ୍ୱାମୀଙ୍କ ପ୍ରେମିକାଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇ ଯାଇଥିଲା । ଏ ନେଇ ପୁଲିସ ପାଖରେ ଖବର ପହଞ୍ଚିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା ଏବଂ ତାଙ୍କ ସ୍ୱାମୀଙ୍କୁ ବୁଝାଇ ଘରେ ନେଇ ଛାଡ଼ିଥିବା ଜଣା ପଡ଼ିଛି । ଏ ନେଇ କୌଣସି ଏତଲା ଏ ପର୍ଯ୍ୟନ୍ତ ରୁଜୁ ହୋଇ ନାହିଁ ।

ସମ୍ବନ୍ଧିତ ଖବର