ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ବିଷାକ୍ତ କୋଲଡ୍ରିଫ୍ କଫ୍ ସିରପ୍ ପିଇ ନଅ ଜଣ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ମୃତ ଶିଶୁଙ୍କ ପରିବାରବର୍ଗ ଏଭଳି ଦୁଃଖଦ ଘଟଣାକୁ ସହ୍ୟ କରି ନପାରି ମୁର୍ଚ୍ଛା ପଡ଼ି ଯାଉଛନ୍ତି। ବିଷାକ୍ତ କଫ ସିରଫ ପିଇ ମୃତ୍ୟୁ ହୋଇଥିବା ଶିଶୁଙ୍କ ମଧ୍ୟରେ ଉସୈଦ ନାମକ ଶିଶୁ ବି ସାମିଲ ଅଛି। ଉସୈଦର ବୟସ ୩ବର୍ଷ ୧୧ମାସ ଥିବା ଥିବା ଜଣାପଡ଼ିଛି।
ଉସୈଦଙ୍କ ବାପା ୟାସିନ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପୁଅର ଚିକିତ୍ସା ପାଇଁ ସାଢ଼େ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ସମୟରେ ମୋ ପାଖରେ ଅର୍ଥ ବାଧକ ସାଜିଥିବାରୁ ମୁଁ ମୋ ଅଟୋକୁ ବି ବିକ୍ରି କରି ଦେଇଥିଲି। ଏହା ସତ୍ତ୍ବେ ବି ଟଙ୍କାର ଅଭାବ ହେତୁ ଋଣ ଆଣିଥିଲି। ସତ ଚେଷ୍ଟା ପରେ ବି ମୁଁ ମୋ ପୁଅକୁ ହରାଇ ଦେଇଛି।
ପୁଅର ମୃତ୍ୟୁପରେ ସମସ୍ତେ ଏତେ ମାତ୍ରାରେ ଭାଙ୍ଗି ପଡ଼ିଥିଲେ ଯେ କେହି ମୋତେ ଛୁଆର ବ୍ୟବଚ୍ଛେଦ ପାଇଁ କହି ନଥିଲେ। ଏବେ ମୁଁ ମୋ ପୁଅ ବ୍ୟବଚ୍ଛେଦ ଆଉ ଚାହୁଁ ନାହିଁ। ପୁଅକୁ ଯେଉଁ କୋଲଡରିଫ କଫସିରଫ ଦେଇଥିଲି ତାହାକୁ ଡାକ୍ତର ଅମର ସିଦ୍ଦିକି ଲେଖିଥିଲେ।’