ପରିବାରର ପେଟ ପୋଷିବାକୁ ନାବାଳିକା କନ୍ୟାକୁ ଦଲାଲ୍ ହାତରେ ବିକ୍ରି କଲା ବାପ

ଅହମ୍ମଦାବାଦ୍‌: ଗୁଜୁରାଟରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ପରିବାର ଲୋକଙ୍କ ପେଟ ପୋଷିବା ପାଇଁ ନିଜ ଝିଅକୁ ବିକ୍ରି କରି ଦେଇଥିବା କଥା  ସ୍ୱୀକାର କରିଛନ୍ତି। ଗୁଜୁରାଟରେ ବନସକାନ୍ଥା ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ୫୦ ହଜାର ଟଙ୍କାରେ ଜଣେ ୩୫ ବର୍ଷିଅ ବ୍ୟକ୍ତିକୁ ବିକ୍ରି କରି ଦେଇଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ଅନୁସାରେ, ବ୍ୟକ୍ତି ଜଣକ ସ୍ଥାନୀୟ ଏଜେଣ୍ଟ୍‌ମାନଙ୍କ ସଂସ୍ପର୍ଶରେ ଆସିବା ପରେ ଏପରି ଘୃଣ୍ୟ କାମ କରିଛନ୍ତି।

ଝିଅଟିକୁ ମଙ୍ଗଳବାର ଅହମ୍ମଦାବାଦ୍‌ରୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ଓଧଭଠାରେ ଥିବା ମହିଳାମାନଙ୍କ ସକାଶେ ଉଦ୍ଦିଷ୍ଟ ସୁରକ୍ଷା ଗୃହରେ ରଖାଯାଇଛି।

ଝିଅଟିର ବାପା ଖୁବ୍‌ ଗରିବ। ତାଙ୍କ ଗ୍ରାମରେ ଥିବା ଜଣେ ଏଜେଣ୍ଟ୍‌ ବ୍ୟକ୍ତି ଜଣଙ୍କୁ ଟଙ୍କା ଲୋଭ ଦେଖାଇ ତାଙ୍କର ୧୦ ବର୍ଷର ଝିଅକୁ ବିକିବାକୁ କହିଥିଲା। ବ୍ୟକ୍ତି ଜଣକ ଆଗ ପଛ ବିଚାର ନକରି ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ଏଜେଣ୍ଟ୍‌ ହାତକୁ ଟେକି ଦେଇଥିଲେ। ପ୍ରଘଟ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର