ହାଇଦ୍ରାବାଦ : ୨୬ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ : ସ୍ଥାନୀୟ ପୁଲିସ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଓ ଶ୍ରମ ବିଭାଗର ମିଳିତ ସହଯୋଗରେ ହାଇଦ୍ରାବାଦରେ ୨୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । କିଛି ଠିକାଦାର ଶିଶୁମାନଙ୍କୁ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରାଉ ଥିବାର ସୂଚନା ଏକ ଏନଜିଓ ତରଫରୁ ଦେଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଶିଶୁଙ୍କୁ ଉଦ୍ଧାର କରିଥିଲା।

ଆମକୁ ଏକ ଏନଜିଓ ତରଫରୁ ୨୦୦ ଜଣ ଶିଶୁ ଶ୍ରମିକଙ୍କୁ କିଛି ବ୍ୟକ୍ତି ଧାନପୁର ଏକ୍ସପ୍ରେସ ଯୋଗେ ନେଉଥିବାର ଖବର ମିଳିଥିଲା ବୋଲି କହିଛନ୍ତି ହାଇଦ୍ରାବାଦର ଜିଲ୍ଲା ଶିଶୁ ସୁରକ୍ଷା ମୁଖ୍ୟ ମହମ୍ମଦ ଇମତିଆଜ ରହିମ । ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଶ୍ରମ ବିଭାଗ ଏବଂ ହାଇଦ୍ରାବାଦ ପୁଲିସ ତରଫରୁ ଏହି ଶିଶୁମାନଙ୍କର ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।

The Asian Age

ପୁଲିସ ଅନୁଯାୟୀ ଏହି ଶିଶୁ ମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବିହାର ଏବଂ ମଧ୍ୟପ୍ରଦେଶର ଅଟନ୍ତି ।ଶିଶୁମାନଙ୍କଠାରୁ ପୁଲିସ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରୁଛି । ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ସାଇଦାବାଦ ଶିଶୁ ଗୃହରେ ରଖାଯାଇଛି। ଘଟଣା ସହିତ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କର ପୁଲିସ ଖୋଜ କରିବା ସହ ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର