ରେଳବାଇର ସ୍ୱଂଚାଳିତ ଶିଢ଼ିରେ ଫସିଲା ପିଲାର ହାତ, ସାହାଯ୍ୟ ପାଇଁ ଡାକ ଛାଡ଼ୁଥିଲେ ମା’ ଓ ବାପା

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାରେ ସ୍ୱଂଚାଳିତ ଶିଢ଼ିରେ ୧୦ବର୍ଷ ପିଲାର ହାତ ଫସି ଯାଇଥିଲା। ପିଲାଟି ଅନେକ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛାଟୁପାଟୁ ହେଉଥିଲା। ପିଲାଟିର କାନ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିବା ରେଳ କର୍ମଚାରୀ ଶିଢ଼ିର ଚାଳନା ବନ୍ଦ କରି ପିଲାଟିର ହାତ ସେଥିରୁ ବାହାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, ରାତିରେ ଏକ ପରିବାର ମଥୁରାରୁ ଟ୍ରେନ୍‌ ଧରିବା ପାଇଁ ନିଜର ଦୁଇଟି ପିଲାଙ୍କୁ ଧରି ପ୍ଲାଟଫର୍ମରେ ଲାଗିଥିବା ସ୍ୱଂଚାଳିତ ଶିଢ଼ିରୁ ଫ୍ଲାଟଫର୍ମ ନମ୍ବର ଦୁଇକୁ ଯାଉଥିଲେ। ଏହି ସମୟରେ ତାଙ୍କ ସହିତ ଚାଲୁଥିବା ୧୦ବର୍ଷୀୟ ପୁଅର ହାତ ଶଢ଼ିରେ ଫସି ଯାଇଥିଲା। ପିଲାଟିର ଚିତ୍କାର ଶୁଣି ମା’ ବାପା ସମେତ ସେଠାରେ ଥିବା ଅନ୍ୟ ଯାତ୍ରୀମାନଙ୍କ ହୋସ୍‌ ଉଡି ଯାଇଥିଲା। ପିଲାଟିର କାନ୍ଦ ଶୁଣି ଷ୍ଟେସନ୍‌ କର୍ମଚାରୀ ମ୍ୟାସିନ୍‌ ବନ୍ଦ କରି ପିଲାଟିର ହାତକୁ ବାହାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠା ଯାଇଥିଲା। ସେଠାରେ ଚିକିତ୍ସା ପରେ ପିଲାଟିକୁ ଘରକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର